ହେଡଲାଇନସ୍:

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ କୁମାର ସାହୁ)  : ରାୟଗଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ, ଆକ୍ସନଏଡ ଓ ୟୁଏନଏଫପିଏଙ୍କ ମିଳିତ ସଂଯୋଜନାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣାଗୁଡିକୁ ରୋକିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଶନିବାର ଦିନ ଜିଲ୍ଲାର ସମସ୍ତ ୧୯୪୭ ଟି ଅଙ୍ଗନୱାଡି କେନ୍ଦ୍ରର କିଶୋରୀ କ୍ଲବରେ ୧୦ ରୁ ୧୯ ବର୍ଷର ସମସ୍ତ କିଶୋରୀ ମାନଙ୍କୁ ସଚେତନତା କରାଯାଉଛି । 

କିଶୋରୀ ମାନଙ୍କୁ ସାମିଲ କରି ପ୍ରତ୍ୟେକ ମାସରେ କିଛି ନିର୍ଦ୍ଧିଷ୍ଟ ବିଷୟରେ ସଚେତନତା କରିବା ସହିତ ଆଇଏଫଏ ଟାବଲେଟ ବଣ୍ଟନ କରିବା, ବାଳିକା ମଣ୍ଡଳର ବୈଠକରେ କିଶୋରୀ ସ୍ୱାସ୍ଥ୍ୟ, ସ୍କୁଲ ଖୋଲିଲେ ନିୟମିତ ବିଦ୍ୟାଳୟ ଯାଇ ପାଠ ପଢିବା, କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଏବଂ ବାଲ୍ୟ ବିବାହର କୁ-ପରିଣାମ ବିଷୟରେ ନିୟମିତ ଆଲୋଚନା କରଯାଇଥାଏ I ମାର୍ଚ୍ଚ ମାସରେ ଶିଶୁ ଅଧିକାରର ସୁରକ୍ଷା, କିଶୋର ନ୍ୟାୟ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶାରୀରିକ ଦଣ୍ଡ ଓ ଅତ୍ୟାଚାର ବିଷୟରେ ସଚେତନତା କରାଯାଉଛି । ୧୮ ବର୍ଷରୁ କମ ବଯସର ଯେ କୌଣସି ଶିଶୁ ସେ ପୁଅ ହେଉ ଅବା ଝିଅ ଯଦି ତାହା ସହିତ ଯଦି ଶାରୀରିକ ବା ଯୌନ ସମ୍ପର୍କ ରଖାଯାଏ ତାହା ଅପରାଧ । ଯଦିଓ ଶିଶୁର ଏଥି ପାଇଁ ନିଜର ସହମତି ଥାଏ ତଥାପି ଏହା ଏକ ଅପରାଧ । କିଶୋର ବା କିଶୋରୀ ସମୟରେ ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ପରିବର୍ତ୍ତନ ଆସେ ଯଦି ସେ ସେହି ସମୟରେ ଉପଯୁକ୍ତ ପରାମର୍ଶ ସେବା ନ ପାଏ ତେବେ ବିପଥ ଗାମୀ ହେବାର ସମ୍ଭାବନା ରହିଛି । ଏହି ସମୟରେ କିଶୋର ବା କିଶୋରୀ ଜଣକ କେଉଁଟି ସୁରକ୍ଷିତ ସ୍ପର୍ଶ ଓ କେଉଁଟି ଅସୁରକ୍ଷିତ ସ୍ପର୍ଶ ତାହା ବୁଝିବା ଆବଶ୍ୟକ କେଉଁଠି ସେ ନିଜର ପ୍ରତିକ୍ରିୟା ପ୍ରକାଶ କରିବ ତାହା ସେ ବୁଝିବା ଆବଶ୍ୟକ । ।

ଜିଲ୍ଲାରେ କମ ବୟସରେ ପୁଅ ଓ ଝିଅ ଭଲ ପାଇ ଅନ୍ୟ ଅଞ୍ଚଳକୁ ଚାଲି ଯାଉଛନ୍ତି କିମ୍ବା ଭଲ ପାଇ ପୁଅ ଝିଅ ମିଶି ପୁଅ ଘରେ ରହୁଛନ୍ତି ଏହା ଫଳରେ ଉଭୟଙ୍କର ପାଠ ପଢା ବନ୍ଦ ହୋଇ ଯାଉଛି । କିମ୍ବା ଭଲ ପାଇ ଅନ୍ୟ ଅଞ୍ଚଳକୁ ଚାଲିଗଲେ ସେଠାରେ ବିଭିନ୍ନ ପ୍ରକାର ଶୋଷଣ ଓ ନିର୍ଯ୍ୟାତନା ପାଇବାର ସଭାବନା ରହିଛି । ଅନେକ ସମୟରେ ଶିଶୁ ମାନଙ୍କୁ ଶ୍ରମିକ, କମ ମଜୁରିରେ ଖଟା ଯାଉଛି, ଏପରିକି ଶିଶୁ ମାନେ ଚାଲାଣ ହେବାର ସମ୍ଭାବନା ରହିଛି ଏହି ସବୁ ଦିଗ ପ୍ରତି କିଶୋରୀ ମାନେ ନଜର ଦେବେ ଓ ସଚେତନ ହେବେ ବୋଲି ମାର୍ଚ୍ଚ ମାସରେ ଶିଶୁ ଅଧିକାରର ସୁରକ୍ଷା, କିଶୋର ନ୍ୟାୟ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶାରୀରିକ ଦଣ୍ଡ ଓ ଅତ୍ୟାଚାର ବିଷୟରେ ସଚେତନତା କରାଯାଉଛି । 

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତଦାରଖ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନଙ୍କ ସହାୟତାରେ ଅଙ୍ଗନୱାଡି କର୍ମୀ ମାନେ ନିଜ ଅଞ୍ଚଳରେ ସୁଚାରୁରୂପେ ସମ୍ପାଦନ କରିଆସୁଛନ୍ତି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ  ପାଢୀ ଓ ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସଂଯୋଜନା କରିଆସୁଛନ୍ତି ।

0
0
0
s2sdefault