ଲୋକ କଳାକାର ହରେକୃଷ୍ଣ ବାଘ ଓ ପୂର୍ଣ୍ଣବାସୀ ଦମ୍ପତି ସମ୍ବର୍ଦ୍ଧିତ I
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : ଜଙ୍ଗଲ ହିଁ ଜୀବନ I ଜଙ୍ଗଲ ବଞ୍ଚିଲେ ଆମେ ବଂଚିବା I ଆଉ ଏଭଳି କ୍ଷେତ୍ର ରେ ଲୋକ ସଚେତନ ହେଲେ ହିଁ ଜଙ୍ଗଲ କୁ ନିଆଁ ଦାଉ ରୁ ରକ୍ଷା କରିପାରିବା ବୋଲି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ର ବନାଗ୍ନି ସଚେତନତା ନେଇ ଅନୁଷ୍ଠିତ "ବୁଦ୍ଧିଜୀବୀ ସମାବେଶ" ରେ ଉପସ୍ଥିତ ଅତିଥି ଗଣ ମତପ୍ରକାଶ କରିଛନ୍ତି । ସ୍ଥାନୀୟ ହାଟପଦା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସଂଘର ର ସଭାପତି ହିମାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୁଦ୍ଧିଜୀବୀ ସମାବେଶକୁ ଉଦବୋଧନ ଦେଇ ଅତିଥ ଗଣ ଏହା ପ୍ରକାଶ କରିଥିଲେ । ରେଢ଼ାଖୋଲ ଖଣ୍ଡିୟ ବନାଧିକାରି ପ୍ରଦୀପ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନାଗ୍ନି ସଚେତନତା ଉପରେ ରାଜ୍ୟ ସରକାର ଙ୍କ ପଦକ୍ଷେପ ସମ୍ପର୍କ ରେ ବିସ୍ତାର ଭାବେ ଆଲୋକପାତ କରିଥିଲେ I ବିଶିଷ୍ଟ ସମାଜ ସେବୀ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସମସ୍ତେ ସାମିଲ ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ବଇlରୋପ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବନ ଖଣ୍ଡ ଅଧିକାରୀ (କେନ୍ଦୁ ପତ୍ର ଡିଭିଜନ ) ଶୁଭ ଦତ୍ତ ଚମ୍ପତିରାୟ, ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପରକ୍ଷୀତ ସାହୁ, ଏସଡ଼ିପିଓ ହାଡିବନ୍ଧୁ ସ୍ୱାଇଁ, ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ରେଢ଼ାଖୋଲ ମହିଳା ବିଦ୍ୟାଳୟ ଅଧ୍ୟାପିକା ପୁଷ୍ପାଞ୍ଜଳି ସାମନ୍ତରାୟ, ଓଜେୟୁ ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା ଏବଂ ରାଜ୍ୟ ସମ୍ପାଦକ ସୁଶାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନାଗ୍ନି ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I
ଏହି ସମାବେଶ ର ସଭା ପ୍ରାରମ୍ଭ ରେ ସନ୍ଥ କବି ଭୀମ ଭୋଇ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା I ଏହି ଅବସରରେ ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ର ଲୋକ କଳାକାର ହରେ କୃଷ୍ଣ ବାଘ ଓ ପୂର୍ଣ୍ଣବାସୀ ବାଘ ଙ୍କୁ ସଂଘ ପକ୍ଷରୁ ସମ୍ମାନ ପତ୍ର ପ୍ରଦାନ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ବୁଦ୍ଧିଜୀବି, ସଚେତନ ନାଗରିକ, ମଂଚାସୀନ ଅତିଥି ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବଂ ବନାଗ୍ନି ସଚେତନତା ପାଇଁ ସାମୁହିକ ଶପଥ ପାଠ କରିଥିଲେ I ସଭା ରେ ବନାଗ୍ନି ସଚେତନତା ନେଇ ଗଠନ ମୂଳକ ପ୍ରସ୍ତାବ ଦେଇଥିବା ସର୍ବଶ୍ରୀ ଅନାଦି ସାହୁ, ସୁରେନ୍ଦ୍ର ବିଶ୍ୱାଳ, ମାନିନୀ ମିଶ୍ର, ଶିବ ରାମ ସାହୁ, ସୁନୀଲ ପ୍ରଧାନ, ଗୋବିନ୍ଦ ଅଗ୍ରୱାଲ, ବିଜୟ ମହାନ୍ତି, ରାଜ କିଶୋର ସାହୁ, ପ୍ରଦୀପ ପ୍ରଧାନ, ଆନନ୍ଦ ସାମଲ, ପ୍ରବୀଣ କୁମାର ପ୍ରଧାନ, ଅଞ୍ଜନ ମିଶ୍ର, ପ୍ରମୋଦ ମାଝୀ, ଅତୁଲ୍ୟ କୁମାର ରାଉଳ ପ୍ରମୁଖ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ଵକ ସମ୍ମାନ କରାଯାଇଥିଲା। ଜ଼ିଲ୍ଲା ସମ୍ପାଦକ ସରୋଜ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଖଣ୍ଡ ସମସ୍ତ ବ୍ଲକ ଅଂଚଳର ସରପଞ୍ଚ, ସମିତି ସଭ୍ୟ, ବନ ସୁରକ୍ଷା ସମିତି କର୍ମକର୍ତ୍ତା ମାନେ ଦେଇଥିବା ବେଳେ ସହରର ବହୁ ଗନ୍ୟ ମାନ୍ୟବ୍ୟକ୍ତି ଉପସ୍ଥିତ ଥିଲେ । ସଭା ଶେଷରେ ସାମ୍ବାଦିକ ରାଜା ପାଳ ଧନ୍ୟବାଦ ଧନ୍ୟବାଦ ଅର୍ପଣ କରିଥିଲେ ।