ହେଡଲାଇନସ୍:

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ସେଚ ସଦନ ଠାରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠାନ  ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଯନ୍ତ୍ରୀ-ପ୍ରକଳ୍ପ, ଯୋଜନା, ସର୍ବେକ୍ଷଣ ଓ ଅନୁସନ୍ଧାନ ଡଃ. ଅକ୍ଷୟ କୁମାର ଦାସ ଅଧ୍ୟକ୍ଷତା  କରିଥିଲୋ । ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତ୍ୟକ ପ୍ରାନ୍ତରୁ ବିଭାଗୀୟ  ଯନ୍ତ୍ରୀମାନେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଚଳିତ ବର୍ଷ ବିଶ୍ୱ ଜଳ ଦିବସର ବାର୍ତା ବା ପ୍ରସଙ୍ଗ ରହିଥିଲା  ଜଳର ମହତ୍ୱ ବୁଝି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ । ଏହି ପରିପ୍ରେକ୍ଷୀରେ  ଆଗାମୀ ଦିନରେ ଯେପରି ଜଳର ଅଭାବ ନ ଘଟେ , ସେଥିପ୍ରତି ଦୃଷ୍ଟି ଦେଇ ଜଳର ମୂଲ୍ୟ ବୁଝି ଜନସଚେତନତା ସୃଷ୍ଟି କରିବା ଏବଂ ଜଳର ସୁପରିଚାଳନା କରାଯିବା ସମ୍ପର୍କରେ ବକ୍ତାମାନେ ବିିଷଦ୍ ଭାବେ ଆଲୋକପାତ  କରିଥିଲେ । ବିଭାଗୀୟ ମୁଖ୍ୟଯନ୍ତ୍ରୀ, ବନ୍ଧ ନିରାପତା ଇଂ. ଲିଙ୍ଗରାଜ ଗୌଡ଼ଙ୍କ ଆବାହନରେ ଅନୁଷ୍ଠିତ  ଏହି ବୈଠକରେ ବକ୍ତାଭାବେ ଇଂ.ଗୌଡ଼, ବିଭାଗୀୟ ନିର୍ଦ୍ଦେଶକ -ପ୍ରକଳ୍ପ, ଯୋଜନା, ସର୍ବେକ୍ଷଣ ଓ ଅନୁସନ୍ଧାନ  ଇଂ. ସାଗର ମହାନ୍ତି, ସହକାରୀ ନିଦେ୍ର୍ଧଶକ, ନକ୍ସାଙ୍କନ ଇଂ.ଶୁଭ୍ରାଂଶୁ ଦ୍ୱିବେଦୀ, ଏମ୍.ଡି. ଓ.ସି.ସି ଇଂ. ଅସୀମ କୁମାର ମହାନ୍ତି, ଇଂ. ଅକ୍ଷୟ କୁମାର ଦାସ ଏବଂ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ. ବି.ଏସ୍.ଏସ୍. ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।  ପରାମର୍ଶଦାତା ଇଂ. ହରମୋହନ ପ୍ରଧାନ ମହାନଦୀ ଜଳ ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତା ଇଂ.ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  

 

0
0
0
s2sdefault