ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗ ଭୁବନେଶ୍ଵରରୁ ନିଜର କାର ଯୋଗେ ମୋହନା ଦେଇ ଗୁଣୁପୁର ଯିବା ବେଳେ ସ୍ଥାନୀୟ ବଜାର ଛକଠାରେ କିଛି ବିଜେପି କର୍ମୀ ଓ ସ୍ଥାନୀୟ ଲୋକେ ଶ୍ରୀ ଗମାଙ୍ଗଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼କୌନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
କିଛି ସମୟର ରହଣୀ ଭିତରେ ଶ୍ରୀ ଗମାଙ୍ଗଙ୍କୁ ସ୍ୱେଚ୍ଛାସେବୀ ଭିକାରୀ ନାୟକ, ସମାଜସେବୀ ମନ୍ମଥ ମିଶ୍ର , ବରିଷ୍ଠ ଶିକ୍ଷାବିତ୍ ତଥା ନାଟ୍ୟ ନିର୍ଦ୍ଦେଶକ ମଧୁସୂଦନ ପାଢ଼ୀ ସାକ୍ଷାତରେ ମୋହନା ବ୍ଳକର କଳା ଓ ସଂସ୍କୃତିକୁ ନେଇ ଆଲୋଚନା କରିଥିଲେ । ଅଞ୍ଚଳରେ ହଜିବାକୁ ବସିଥିବା ଆଦିବାସୀଙ୍କ କଳା , ସାହିତ୍ୟ , ସଂସ୍କୃତି, ପରମ୍ପରା , ନାଚ , ଗୀତ ଓ ନୃତ୍ୟକୁ ବଞ୍ଚାଇ ରଖିବାପାଇଁ ଶ୍ରୀ ଗମାଙ୍ଗଙ୍କ ସାହାର୍ଯ୍ୟ ଓ ସହଯୋଗ କାମନା କରିଥିଲେ।ଆଲୋଚନା ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।