ହେଡଲାଇନସ୍:

ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏକ ଦିନିଆ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଶିଶୁ ସୁରକ୍ଷା ଉପରେ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ରୂପେ ଉପ -ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। 

ଜିଲ୍ଲାପାଳ ଶ୍ରୀ ସାହା ତାଙ୍କ ବକ୍ତବ୍ୟରେ ଶିଶୁ ସୁରକ୍ଷାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ ବିଭିନ୍ନ ଗଣମାଧ୍ୟମ ଦ୍ବାରା ହଁ ଜିଲ୍ଲାର ଶେଷ ଶିଶୁ ପାଖରେ ସୁରକ୍ଷା ପହଞ୍ଚିପାରିବ ବୋଲି କହିଥିଲେ। 

ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରତି ସମୟରେ ଗଣମାଧ୍ୟମର ଭୂମିକାର ଆବଶ୍ୟକତା ବଢିଚାଲିଛି। 

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ବେହେରା ତାଙ୍କ ବକ୍ତବ୍ୟରେ ପ୍ରତି ଆଦିବାସୀ ଶିଶୁଙ୍କ ପାଖରେ କିପରି ସୁରକ୍ଷାର ବାର୍ତ୍ତା ପହଞ୍ଚିବ ତାହାରି ଉପରେ ବିଶେଷ ଦୃଷ୍ଟି ଦେବାଲାଗି ଗଣମାଧ୍ୟମକୁ ନିବେଦନ କରିଥିଲେ।

 ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶିକ୍ଷଣ ଦେବାପାଇଁ ଭୂବନେଶ୍ୱରରୁ ଆସିଥିବା ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ ଶିଶୁ ସୁରକ୍ଷା ଉପରେ ବିହିତ ଆଇନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଗଣମାଧ୍ୟମ ପ୍ରତିନିଧି କେଉଁ ଜିନିଷ ଲୋକଲୋଚନକୁ ଆଣିବେ ଏବଂ କେଉଁ ଜିନିଷ ଶିଶୁର ହିତ ପାଇଁ ଆଣିବେ ନାହିଁ ତାହାରି ଉପରେ ବିଶେଷ ଆଲୋଚନା ରଖିଥିଲେ।

ଏହି ଅବସରରେ ଆଫଟେର୍ କେୟାର୍  ଅରଗନାଇଜେସନ୍ ( after care organisation) ରେ ରହୁଥିବା ଏକ ଅନ୍ତେବାସୀକୁ କର୍ମସଂସ୍ଥାନକୁ ଯିବା ଆସିବା ପାଇଁ ଏକ ସାଇକେଲ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। 

ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ପରିଚାଳନା କରିଥିଲେ।

0
0
0
s2sdefault