ବରଗଡ :- ପ୍ରତ୍ୟେକ ବର୍ଷ ରାଜ୍ୟ ସରକାରଙ୍କ ବନ ବିଭାଗ ଦ୍ଵାରା ଉଲ୍ଲେଖନୀୟ କାର୍ୟ୍ଯ ପାଇଁ ବିଭାଗୀୟ କର୍ମଚାରୀ ମାନଙ୍କୁ ରାଜ୍ୟ ସ୍ଥାରୀୟ ବିଶ୍ୱ ବନ ଦିବସରେ ସମ୍ମାନିତ କରାଯାଇଥାଏ । ଗତ ବର୍ଷ କୋରୋନା କଟକଣା ପାଇଁ ବନ ଦିବସ ପାଳନ ସ୍ଥଗିତ କରାଯାଇଥିଲା । ଚଳିତ ବର୍ଷ ରାଜଧାନୀର ଜୟଦେବ ବାଟିକା ଠାରେ ଆୟୋଜିତ ରାଜ୍ୟ ସ୍ଥାରୀୟ ବନ ଦିବସ ମହୋତ୍ସବ ରେ ରାଜ୍ୟର ଚାରିଜଣ ରେଞ୍ଜ ଅଫିସର, ବାର ଜଣ ଫରେଷ୍ଟର ଓ ଚବିଶ ଜଣ ବନ ରକ୍ଷକ ଙ୍କୁ ଉଲ୍ଲେଖନୀୟ କାର୍ଯ ପାଇଁ ବନ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ସମ୍ମାନିତ କରିଛନ୍ତି । ଏହି କ୍ରମରେ ବରଗଡ଼ ଡିଭିଜନ ରୁ ସମ୍ମାନିତ ହୋଇଥିବା ଏକମାତ୍ର କର୍ମଚାରୀ ହେଉଛନ୍ତି ପାଇକମାଲ ଫରେଷ୍ଟ ରେଞ୍ଜ ଅଧୀନରେ ଗଣ୍ଡପାଳି ବିଟ ରେ କାର୍ଯରତ ବନ ରକ୍ଷକ ଦେବିଲାଲ ବଂଜାରା । ଗତ 2007 ମସିହା ଏପ୍ରିଲ ମାସରେ ବରଗଡ଼ ଡି ଏଫ ଓ ଅଫିସରୁ କାର୍ୟ୍ଯ ଆରମ୍ଭ କରିଥିବା ଶ୍ରୀ ଦେବିଲାଲ ବର୍ତ୍ତମାନ ପାଇକମାଲ ରେଞ୍ଜ ଅଧିନସ୍ଥ ଗଣ୍ଡପାଳି ବିଟ ରେ କାର୍ଯରତ । ବନ ସୁରକ୍ଷା ସହିତ ବନ୍ୟ ଜୀବଜନ୍ତୁ ମାନଙ୍କର ସୁରକ୍ଷା ଓ ବିଭିନ୍ନ ସନୟରେ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା କାର୍ଯକୁ ସଠିକ ଭାବରେ ସମ୍ପାଦନ କରିଥିବା କାରଣରୁ ବରଗଡ଼ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ରାଜ୍ୟ
ବନ ଦିବସରେ ସମ୍ମାନିତ ହେଲେ ବନ ରକ୍ଷକ ଦେବିଲାଲ ବଂଜାରା
- Hits: 480