ହେଡଲାଇନସ୍:

ଆଇଓସିଏଲ ପେଟ୍ରୋଲ ଡିପୋ ଅଞ୍ଚଳରେ ଅଗ୍ନିକାଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକର ସାରସମାଲ ଓ ବନ୍ଧରପଡ଼ା  ମଝିରେ ତଥା ଧୁତୁରା ରେଳଷ୍ଟେସନ ନିକଟରେ ଥିବା ଆଇଓସିଏଲ ପେଟ୍ରୋଲ ଡିପୋରେ ଗତକାଲି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯଦିବା ଏହାଦ୍ବାରା କୌଣସି ମାନବୀୟ କ୍ଷତି ହୋଇନାହିଁ, କିନ୍ତୁ ନିକଟରେ ଥିବା ଅନେକ ଗଛପତ୍ର ପୋଡ଼ିଯାଇ ଜଙ୍ଗଲର ଅନେକ କ୍ଷତି ହୋଇଛି। କିନ୍ତୁ ଏକ ବୃହତ ବିପର୍ଯ୍ୟୟରୁ ବର୍ତ୍ତି ଯାଇଛି ଆଇଓସିଏଲର ପେଟ୍ରୋଲ ଡିପୋ।

ସୂଚନା ମୁତାବକ, ଗତକାଲି ଆଇଓସିଏଲର ପେଟ୍ରୋଲ ଡିପୋ ଆଖପାଖ ଅଞ୍ଚଳର ଗଛଲତା ଓ ବିଲରେ କୌଣସି କାରଣରୁ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଭୀଷଣ ଥିଲା ଯେ ଆଖପାଖ ଅଞ୍ଚଳକୁ ମଧ୍ୟ ଏହା ମାଡ଼ି ଯାଇଥିଲା। ଆଇଓସିଏଲ ମାର୍କେଟିଂ ମହାପ୍ରବନ୍ଧକ ଶରତଚନ୍ଦ୍ର ମହାପାତ୍ର ସୁରକ୍ଷା ବାହିନୀ ସହିତ ଝାରସୁଗୁଡ଼ା ଦମକଳ ବିଭାଗକୁ ଖବର ଦେଇଥିଲେ। ତେବେ ଦମକଳ ଗାଡ଼ି ଆସିବାରେ ବିଳମ୍ବ ହେବାରୁ ଇତିମଧ୍ୟରେ ଆଇଓସିଏଲ ପରିସରରେ ଥିବା ସମସ୍ତ ଗଛପତ୍ରରେ ନିଆଁ ଲାଗିଯାଇଥିଲା ।

ଖବର ପାଇ ଧୁତରା ନିକଟସ୍ଥ ଅଲଟ୍ରାଟେକ ସିମେଣ୍ଟ କାରଖାନାର ଏଚଆର ମୁଖ୍ୟ ଆଶିଷ କୁମାର ପାଲ  ଓ ମୁଖ୍ୟ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ମହାପାତ୍ର  କାରଖାନାର ଦମକଳଗାଡି ସହ ନିଆଁଲିଭା କର୍ମଚାରୀଙ୍କୁ ତତକ୍ଷଣାତ ଘଟଣା ସ୍ଥଳକୁ ପଠାଇ ଥିଲେ।  ଅଲଟ୍ରାଟେକ୍‌ର ଅଗ୍ନିଶମ ଏବଂ ଝାରସୁଗୁଡ଼ା ଦମକଳ ବାହିନୀଙ୍କ ଚେଷ୍ଟାରେ  ନିଆଁକୁ ଆୟତ୍ତ କରାଯାଇଥିଲା।

0
0
0
s2sdefault