ହେଡଲାଇନସ୍:

କତାରରୁ ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଉଦ୍ୟମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା କତାରରୁ ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପ୍ରାଧାନପାଟିକିରା ଗ୍ରାମର ସଙ୍କର୍ଶଣ ବାରିକଙ୍କ ପୁଅ ପ୍ରଭାତ କୁମାର ବାରିକ କତାରର ଦୋହା ଠାରେ ଏକ ଘରୋଇ କମ୍ପାନୀରେ ୱେଲ୍ଡର ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୧୬ ମାର୍ଚ୍ଚରେ କମ୍ପାନୀର ମାନବ ସମ୍ବଳ ବିଭାଗର ଜଣେ ଅଧିକାରୀ ପ୍ରଭାତଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ କବିତା ବାରିକଙ୍କୁ ଜଣାଇଥିଲେ। କବିତା ବାରମ୍ବାର ପଚାରିଥିଲେ ମଧ୍ୟ ମୃତ୍ୟୁର କାରଣ କମ୍ପାନୀ ଅଧିକାରୀ ଜଣାଇ ନଥିଲେ। ପ୍ରଭାତଙ୍କୁ ହତ୍ୟା କରାଯାଇଥିବା  ପରିବାର ଲୋକ ଅଭିଯୋଗ କରିଥିବା ବେଳେ ମରଶରୀରକୁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଳୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ କାଲି ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

0
0
0
s2sdefault