ହେଡଲାଇନସ୍:

୫ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ,ଓଡିଶାର ମିଳିତ ଆନୁକୂଲ୍ୟରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି ।

 ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ମହୋତ୍ସବର ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଉନ୍ନତ ମାନର କୃଷି ପ୍ରଣାଳୀର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଚାଷୀମାନେ କିଭଳି କମ୍ ଖର୍ଚ୍ଚରେ ଅଧିକ ଲାଭାନ୍ବିତ ହୋଇ ପାରିବେ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । 

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରାୟ  କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କୃଷି ଓ କୃଷକ ମାନଙ୍କ ସଶକ୍ତିକରଣ ଦିଗରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା , ଡାଲି ଜାତୀୟ ଚାଷ, ଉନ୍ନତ ମାନର ଚାଷ ପ୍ରଣାଳୀ ପ୍ରଭୃତି ଉପରେ ବିସ୍ତୃତ ଭାବେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ। ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଆର: ବିଜୟ କୁମାର , ଗୋଷାଣୀ ସାଂସଦ ପ୍ରତିନିଧି ଶ୍ରୀ ବସନ୍ତ କୁମାର ଦାସ , କାଶୀନଗର ସାଂସଦ ପ୍ରତିନିଧି ଶ୍ରୀ ସୀମାଦ୍ରୀ ଜେନା ଓ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାଃ ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ମାନଙ୍କ ବିକାଶ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆଜିର ଏହି ଉଦଯାପନି ସଭା କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶନୀ ଓ ସହକାରୀ କୃଷି ଅଧିକାରୀ ସସ୍ମିତା ବେହେରା ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସୁରଜ କୁମାର ପାତ୍ର ଓ ଡିଇଓ ଶ୍ରୀ ପପୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

 ଏହି ଅବସରରେ କୃଷି ମହୋତ୍ସବ ପାଳନ ସ୍ଥଳରେ ବିଭିନ୍ନ କୃଷି କାର୍ଯ୍ୟ ଉପରେ ଏବଂ କୃଷକ ମାନଙ୍କ ସଚେତନ ପାଇଁ କୃଷି ବିଭାଗ , ମିଲେଟ ମିଶନ , ମତ୍ସ୍ୟ ବିଭାଗ , କୃଷି-ଉଦ୍ୟାନ ବିଭାଗ ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ମୂଳକ ପ୍ରଦର୍ଶନୀ ଷ୍ଟଲ୍ ଖୋଲା ଯାଇଥିବା ବେଳେ ସଚେତନତା ଓ ଜାଣିବା ପାଇଁ ବିଭିନ୍ନ ଚାଷ ପ୍ରଣାଳୀ , ରିହାତି ଓ ଅନ୍ୟାନ୍ୟ ସବୁ ଉପରେ ସଚେତନତା ପୁସ୍ତକ ଓ ପତ୍ରିକା ବଣ୍ଟନ କରାଯାଇଥିଲା ।

0
0
0
s2sdefault