ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ) : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଯାହାକି ୧୯୭୯ରେ ଗଠିତ ହୋଇ ଥିଲା I ଏହା ଜିଲ୍ଲାର ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ I ହେଲେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବାସୀଙ୍କ ସମସ୍ୟା କହିଲେ ନ ସରେ I ଏହି ବିଜ୍ଞାପିତ ଅଞ୍ଚଳ ପରିଷଦବାସୀଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି I ହେଲେ ଟଙ୍କା କେଉଁ ବାବଦକୁ ଖର୍ଚ୍ଚ ହେଉଛି ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି I ଅନ୍ୟ ପକ୍ଷରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି କର୍ମଚାରୀଙ୍କୁ ନିଯୁକ୍ତି କରୁଛନ୍ତି I ହେଲେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉଚ୍ଚପଦସ୍ଥ କର୍ମଚାରୀ ମାସକୁ ୫ଦିନ ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହୁନାହାନ୍ତି ବୋଲି ଲୋକ ଅଭିଯୋଗ କରିଛନ୍ତି I ଅଞ୍ଚଳବାସୀ କୌଣସି ଜରୁରୀ କାମରେ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗଲେ କାମ ହେଉନ ଥିବା ପ୍ରକାଶ କରିଛନ୍ତି ବଜେପି ନଗର ସଭାପତି ଉଦେଶନ ପ୍ରଧାନ I ଯାହା ପାଇଁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଥିବା ନିର୍ବାହୀ ଅଧିକାରୀ ଲୋକଙ୍କ ସମସ୍ୟା ଦୁର କରିବାରେ ୧ ନଂ ହେବେ ବୋଲି ଆକ୍ଷେପ କରି କହିଛନ୍ତି ବଜେପି ନଗର ସଭାପତି I ଅନ୍ୟ ପକ୍ଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପିଏଚଡି କାର୍ଯ୍ୟାଳୟକୁ ଲାଗିଛି ୱାର୍ଡ ନଂ ୫ I ଯାହାକି ବିଜ୍ଞାପିତ ଅଞ୍ଚଳ ପରିଷଦର ବୃହତ୍ତମ ୱାର୍ଡ I କିନ୍ତୁ ଏହି ୱାର୍ଡର ସମସ୍ୟା ନ କହିବା ଭଲ I ୱାର୍ଡ-୫ର ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଛ ମାସ ବ୍ୟବଧାନରେ କିଛି ନା କିଛି କାମ କରାଯାଉଛି I ହେଲେ ବର୍ଷ ବର୍ଷ ଧରି ହାଉସ ପାଇପ ସଂଯୋଗ ହୋଇଛି କିନ୍ତୁ ଉପଭୋକ୍ତାଙ୍କ ଘରକୁ ବୁନ୍ଦାଏ ପାଣି ଯୋଗାଣ ହୋଇ ପାରି ନାହିଁ I ପ୍ରତ୍ୟକ ବର୍ଷ ଏହି ୱାର୍ଡ ସମେତ ଅନ୍ୟ ୱାର୍ଡ ଗୁଡ଼ିକରେ ପାଣି ପାଇପ ବିଛା ଯାଉଛି I ଏହି କାମ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ ହେଉଛି କାହା ସ୍ୱର୍ଥରେ ବୋଲି ଘୁ.ଉଦୟଗିରି ବାସୀ ମତ ପ୍ରକାଶ କରିଛନ୍ତି I ଯାହାକୁ ନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି I ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପିଏଚଡି ପକ୍ଷରୁ ଜନସାଧରଣଙ୍କ ପାନୀୟ ଜଳ ସମସ୍ୟା ଦୁର କରିବା ପାଇଁ ପ୍ରୟାସ କରାଯାଉ ନାହିଁ I କେବଳ ପ୍ରତ୍ୟକ ବର୍ଷ ପାଇପ ଉପରେ ପାଇପ ପକା ଯାଉଛି ଛ ମାସ ବ୍ୟବଧାନରେ ବର୍ତ୍ତମାନ ମଧ୍ୟ ପାଣି ପାଇପ ପକା ଯାଉଛି I ଏହା ଦାୟିତ୍ୱରେ ଥିବା ଦୁଇ କାର୍ଯ୍ୟାଳୟର ସରକାରୀ କର୍ମଚାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି ବୋଲି ଅଂଚଳ ବାସୀ ପ୍ରକାଶ କରିଛନ୍ତି I ଏହି ପରି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସରକାରି ଅନୁଦାନ ଜନସାଧରଣଙ୍କ ସ୍ୱାର୍ଥରେ ଖର୍ଚ୍ଚ କରାଯାଉ ଥିବା ଆଳରେ ଲୂଟ କରା ଯାଉଛି ବୋଲି ନଗର ବିଜେପି ସଭାପତି ଅଭିଯୋଗ କରିଛନ୍ତି I ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ଷ ବର୍ଷ ଧରି ଉତ୍କଟ ଜଳ ସମସ୍ୟା ଲାଗି ରହିଛି I ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବୀ ହୋଇ ଆସୁ ଥିଲେ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟରତ ଉଚ୍ଚପଦସ୍ଥ କର୍ମଚାରୀ 'ସରକାର କା ମାଲ ଦାରିଆମେ ଡାଲ' ନୀତି ଆପଣେଇ ହରି ଲୂଟ କରୁଥିବା ବିଜେପି ସଭାପତି ପ୍ରତିକ୍ରିୟା ଦେଇଛନ୍ତି I ତେଣୁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେଉ ଥିବା ଏବଂ ପୂର୍ବରୁ ହୋଇ ଥିବା ଉନ୍ନୟନ କାର୍ଯ୍ୟ ଗୁଡିକର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ସଂଗଠନ ଏବଂ ଘୁ.ଉଦୟଗିରି ବାସିଙ୍କ ପକ୍ଷରୁ ଦାବୀ ହୋଇଛି |
ରାଜ୍ୟ
'ସରକାର କା ମାଲ ଦାରିଆମେ ଡାଲ' :ବେପରୁଆ ଏନଏସି, ଲୋକଙ୍କ ସ୍ଥିତି ବେହାଲ !
- Hits: 668