"କାଳିଆ', "ବଳରାମ' ଓ ଏସଏଚଜିଙ୍କ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମକୁ ରାଜ୍ୟପାଳଙ୍କ ଭୂୟସୀ ପ୍ରଶଂସା
-
କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ: ରାଜ୍ୟପାଳ
-
କୃଷିର ସାମଗ୍ରିକ ବିକାଶ ନିମନ୍ତେ ସମନ୍ୱିତ ଚାଷକୁ ଆପଣାଇବାକୁ ପଡ଼ିବ : ମନ୍ତ୍ରୀ ଡ଼ ସାହୁ
ଭୁବନେଶ୍ୱର(ଶାସକ ପ୍ରଶାସକ)-କୃଷି, ଗୋପାଳନ ଓ କୁଟୀର ଶିଳ୍ପ ହେଉଛି ଭାରତୀୟ ଅର୍ଥନୀତିର ଆଧାରା ଯାହାର ପ୍ରତୀକ ହେଉଛନ୍ତି ହଳଧର, ଗୋପାଳ ଓ ସୁଭଦ୍ରାା ଏହାର ଅଭିବୃଦ୍ଧି ହେବା ଦରକାର ଏବଂ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ବେଶ୍ ଉତ୍ସାହ ପ୍ରଦା ଗ୍ରାମ୍ୟ ଅର୍ଥନୀତିର ସୁଦୃଢ଼ୀକରଣ ଓ କୃଷିର ଉନ୍ନତି ଦେଶର ଅର୍ଥନୈତିକ ବିକାଶଧାରାରେ ପ୍ରାଥମିକତା ପାଇବା ଦରକାରା କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତା ଗ୍ରାମ୍ୟ ସ୍ୱରାଜ୍ୟର ସ୍ୱପ୍ନକୁ ସଂକଳ୍ପରେ ପରିଣତ କରି ଆଗେଇବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତିା
ଆଜି "କୃଷି ଓଡ଼ିଶା-୨୦୨୧'ର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ କୃଷକଙ୍କ ପ୍ରତ୍ୟେକ ଉତ୍ପାଦର ଜାତୀୟକରଣ ଭାବଧାରାରେ ଗ୍ରହଣ କରିବା ଆବଶ୍ୟକା କୃଷକଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା, ନିୟନ୍ତ୍ରଣମୁକ୍ତ ପରିବେଶ, ବଜାର ସୁବିଧା ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉା ରାଜ୍ୟ ସରକାରଙ୍କ "କାଳିଆ', "ବଳରାମ' ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସେ ଚାଷରେ
ବିବିଧତା ଆଣିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲୋ ଓଡ଼ିଶାର ମିଶନ ଶକ୍ତି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଜୀବନକୁ ସଶକ୍ତ କରିଛିା ଏଥିରେ ଏକ କୋଟି ମହିଳାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛିା ଏକ ସୁସ୍ଥ କ୍ରିୟାଶୀଳ ପରିବେଶ ପାଇଁ ବ୍ୟକ୍ତିର ମର୍ଯ୍ୟାଦା ଓ ସମ୍ମାନକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲୋ
ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ରାଜ୍ୟ ସମ୍ମୁଖୀନ ହେଉଥିବା ସବୁ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଚାଷୀ ତା'ର କର୍ତ୍ତବ୍ୟର ବିରତ ନହୋଇ ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛିା କୋଭିଡ୍-୧୯ ସଂକ୍ରମଣ ସମୟରେ ଚାଷୀଭାଇମାନେ ଭାଙ୍ଗି ନପଡ଼ି ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତିା ରାଜ୍ୟ ସରକାରଙ୍କ ସମୟୋପଯୋଗୀ କୃଷି ନୀତି ଓ ଯୋଜନା ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଅନେକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛିା କୃଷିର ସାମଗ୍ରିକ ବିକାଶ ନିମନ୍ତେ ପାରମ୍ପରିକ ଚାଷ ବଦଳରେ ସମନ୍ୱିତ ଚାଷକୁ ଆପଣାଇବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ରାଜ୍ୟରେ କୃଷି ସହିତ ଆନୁଷଙ୍ଗିକ କୃଷିର ବିକାଶ ଦିଗରେ ବ୍ୟାପକ ସୁଯୋଗ ରହିଛି, ଯାହାର ସୁବିନିଯୋଗ ହେବା ଆବଶ୍ୟକା ଫଳ ଓ ପନିପରିବା ଚାଷ ସହିତ କୁକୁଡ଼ା ପାଳନ, ଗୋପାଳନ ଏବଂ ମାଛଚାଷ କ୍ଷେତ୍ରରେ ଉନ୍ନତି ଆଣି ରାଜ୍ୟକୁ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତା ଚାଷ ଜମିକୁ ଜଳସେଚନର ସୁବିଧା ଓ କୃଷି କ୍ଷେତ୍ରକୁ ପର୍ଯ୍ୟାପ୍ତ ଋଣ ପ୍ରଦାନ ନିମନ୍ତେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟ ଶାସନ ସଚବି ଶ୍ରୀ ମହାପାତ୍ର କହିଥିଲୋ
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ କହିଲେ ଯେ ତୃଣମୂଳ ସ୍ତରରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନିୟମିତ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ବୈଠକ ଆୟୋଜନ କରାଯାଉଛିା ଏଥି ସହିତ "ଆମ କୃଷି' ଟୋଲଫି୍ର ମୋବାଇଲ୍ ସେବା ମାଧ୍ୟମରେ କୃଷକମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଇପାରୁଛି ଓ ଚାଷୀମାନେ ଏହାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ଡ. ଗର୍ଗ ପରାମର୍ଶ ଦେଇଥିଲୋ
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫିକିର ଓଡ଼ିଶା ଷ୍ଟେଟ୍ କାଉନ୍ସିଲର ଅଧ୍ୟକ୍ଷା ମୋନିକା ନାୟାର ପଟ୍ଟନାୟକ ଉଦ୍ବୋଧନ ଦେଇଥିବାବେଳେ "ଇମେଜ୍'ର ମୁଖ୍ୟ ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଅବସରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲାା