ଝାରସୁଗୁଡ଼ା :(ସୁଭାଷ ସହାରେ) - ଜିଲ୍ଲାରେ ଉତ୍ପାଦିତ ହେଉଥିବା କୃଷି ଓ ଉଦ୍ୟାନ ଭିତ୍ତିକ ସାମଗ୍ରୀ ସହ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଲଙ୍କା , ଅଦା , ବଡ଼ି , ପାମ୍ପଡ଼ , ଆଚାର ଆଦିର ବିକ୍ରୟ ଓ ଏହାର ଲାଭ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀ ପାଖରେ କିପରି ସିଧାସଳଖ ପହଁଚି ପାରିବ ସେ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଜିଲ୍ଲାରୁ ଚାଷୀ , ସ୍ବେଛାସେବୀ ଅନୁଷ୍ଠାନ ତଥା ବିଭାଗୀୟ ଅଧିକାରୀମାନଙ୍କର ଏକ ତେର ଜଣିଆ ପ୍ରତିନିଧି ଦଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାସ୍ଥିତ ଶ୍ରୀକ୍ଷେତ୍ର ମସାଲା ଓ ଗୃହସ୍ଥୀ ମସଲା ପରିଦର୍ଶନ କରିଥିଲେ । ଗତ ୧୬ତାରିଖରେ ଝାରସୁଗୁଡ଼ାଠାରେ ଅନୁଷ୍ଠିତ କ୍ରେତା ବିକ୍ରେତା ବୈଠକରେ ଗୃହୀତ ନିଷ୍ପତ୍ତି ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିନିଧି ଦଳ ମସଲା ଉଦ୍ୟୋଗ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ କାଳରେ କଞ୍ଚାମାଲର ମାନ , ଗ୍ରେଡିଂ ଓ ସର୍ଟିଂ ,ସଂଗ୍ରକ୍ଷଣ , ପ୍ରକ୍ରିୟା କରଣ , ବ୍ରାଣ୍ଡିଙ୍ଗ ଓ ପ୍ୟାକେଜିଙ୍ଗ ସମ୍ପର୍କରେ ଉଭୟ ମସଲା ଉଦ୍ୟୋଗର କର୍ମକର୍ତ୍ତା , ମାର୍କେଟିଂ ଓ କ୍ବାଲିଟି ଏକ୍ସପର୍ଟଙ୍କ ସହ ଆଲୋଚନା କରିଥିଲେ । ମସଲା ଉଦ୍ୟୋଗରେ ବ୍ୟବହୃତ କଞ୍ଚାମାଲର ବିବିଧତା , ପେଶା ଯନ୍ତ୍ର , ପାକେଜିଙ୍ଗ ସେକ୍ସନ , ମାର୍କେଟିଂ ସେକ୍ସନ ବୁଲି ଦେଖିଥିଲେ । ଝାରସୁଗୁଡ଼ା ଜିଲ୍ଲାରେ ଉତ୍ପାଦିତ ଲଙ୍କା ଓ ଅଦାର ନମୁନା ଦେଖାଇବା ସହ କ୍ରୟ ବିକ୍ରୟ ନିମନ୍ତେ ଅନୁବନ୍ଧିତ ହେବା ସକାଶେ ଆଲୋଚନା ହୋଇଥିଲା । ଉଦ୍ୟୋଗର ଚାହିଦା ମୁତାବକ କଞ୍ଚାମାଲ ପ୍ରସ୍ତୁତ କରି ନିୟମିତ ଭାବେ ଯୋଗାଇଦେବା ନିମନ୍ତେ ଉଦ୍ୟୋଗ ପକ୍ଷରୁ ଆଗ୍ରହ କରାଯାଇଛି । ଓରମାସ ଡେ଼ପୁଟି ସି ଇ ଓ ଭାଗ୍ୟଲଷ୍ମୀ ରାଉତଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳରେ ସହକାରୀ ଉଦ୍ୟାନ ଅଧିକାରୀ ମୌସୁମୀ ସରପଟିଆ ଓ ରାଜ କୁମାର ସେଠୀ, ଡି ଏମ୍ ଏଫର ଟେକନିକାଲ ମ୍ୟାନେଜର ( ଏଗ୍ରି କନଭର୍ଜେନ୍ସ ) ଜି ସି ମହାପାତ୍ର , ସେୱା ଅନୁଷ୍ଠାନର ଆଶୁତୋଷ ଗଡ଼ନାୟକ , ପ୍ରଦାନ ଅନୁଷ୍ଠାନର ଆଶୁତୋଷ ଶତପଥି , ଉତ୍ପାଦକ ଗୋଷ୍ଠୀ ' ସଂକଳ୍ପ ' ର ଗୌତମ ବେହେରା , ଜଗନ୍ନାଥ କୃଷକ କ୍ଲବ ସଭାପତି ସଞ୍ଜିତ ପ୍ରଧାନ , ଅଗ୍ରଣୀ କୃଷକ ସଂଘ ( ବିଜାପାଲି )ର ସଭାପତି ସୁରେନ ସା , ଚାଷୀ ମୀନ ବୁଦୁଲା , ବଜରଙ୍ଗ ଫାରମର କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୀତବାସ ମିରିଗ ଓ ଡି ଆଇ ପି ଆର ଓ ଅଜୟ ଜେନା ଯୋଗ ଦେଇଥିଲେ ।
ରାଜ୍ୟ
ମସଲା ଉଦ୍ୟୋଗ ପରିଦର୍ଶନ କଲେ ଝାରସୁଗୁଡ଼ା ଜିଲ୍ଲାର ଚାଷୀ , ଉତ୍ପାଦକ ଗୋଷ୍ଠୀ , ସ୍ବେଛାସେବୀ ଅନୁଷ୍ଠାନ ଓ ବିଭାଗୀୟ ଅଧିକାରୀ ।
- Hits: 325