ହେଡଲାଇନସ୍:

ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ କବି ମୁରାରୀ ପ୍ରସାଦ ମିଶ୍ର ଙ୍କ ଜନ୍ମ ଜୟନ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ଝଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ପେକ୍ଷାଳୟରେ କବି,ଲେଖକ,ନାଟ୍ୟକାର, ଆଇନଜୀବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ଏବଂ ପୂର୍ବତନ ମନ୍ତ୍ରୀ  ସ୍ଵର୍ଗତ ମୁରାରୀ ପ୍ରସାଦ ମିଶ୍ର ଙ୍କ ଜନ୍ମ  ଜୟନ୍ତୀକୁ ମହାସମାରୋହ କୁ ହର୍ଷ ଉଲ୍ଲାସ ସହିତ ପାଳନ କାରାଯାଇଛି। ଭାରତରତ୍ନ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ  ""ସ୍କୃତିରେ ମହାପୁରୁଷ" ସ୍ଵତନ୍ତ୍ର ସୋପାନରେ  ମୁଖ୍ୟ ଅତିଥି ଭାବେ ଝରସୁଗୁଡା ଓଏସଏପି ର କମାଣ୍ଡେଣ୍ଟ ମନୋଜ କୁମାର ପୁରୋହିତ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ଗୌରୀଦାସ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଝାରସୁଗୁଡା ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପୂର୍ଣ୍ଣଚନ୍ଦ୍ର ମାଫିଦାର ଏବଂ ଓଡିଶା ସାହିତ୍ୟ ଏକାଡେ଼ମୀର ସଦସ୍ୟା ଡ଼ଃ ଶିବ ପ୍ରିୟା ମିଶ୍ର ଯୋଗଦାନ ଦେଇ ଥିବା ବେଳେ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ଡ଼ଃ ସରୋଜ କୁଅଁର ସଭାପତିତ୍ୱ କରିଥିଲେ। ପରିଷଦର କୋର କମିଟିର ଅଧ୍ୟକ୍ଷ କବି ଅନନ୍ତରାମ ସାହୁ ମୁରାରୀ ପ୍ରସାଦ ମିଶ୍ରଙ୍କ ଜୀବନୀ ଓ ତାଙ୍କର ବହୁମୁଖୀ ପ୍ରତିଭା ତଥା ତାଙ୍କ ସହ ବିତାଇ ଥିବା କିଛି ମୁହୂର୍ତ୍ତ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଷଦର ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର ଅତିଥି ମାନଙ୍କୁ ସ୍ବାଗତ କରିସାରିବ ପରେ ଜୁଏଲସ ଇଣ୍ଟରନେସେନାଲ ଟ୍ରଷ୍ଟ ଓ ଭାରତ ରତ୍ନ ସାହିତ୍ୟ ସଂସ୍କୃତି ପରିଷଦର  ଗଠନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା  ପ୍ରଦାନ କରିଥିଲେ।  ଆବାହକ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଇ ଥିବା ବେଳେ,ସଭାକୁ ଡ଼ଃ କୁଅଁର ପରିଚାଳନା କରିଥିଲେ। ଏହି ଉତ୍ସବ ଅବସରରେ କବିତା ଆସର "ମୁଁ ଦ୍ବିତୀୟ ଶ୍ରଷ୍ଠା"" କୁ ପ୍ରଥମ ସୋପାନଙ୍କୁ ଉପ ଅଧ୍ୟକ୍ଷା ସୁଶୀ ଅଞଳି ପ୍ରଭା ପଟ୍ଟନାୟକ  ପରିଚାଳନା କରିଥିବା ବେଳେ ଦ୍ୱିତୀୟ ସୋପାନକୁ ସାଧାରଣ ସାମ୍ପଦକ  କବି ନିକୁଞ୍ଜ ବିହାରୀ ମିଶ୍ର, ତୃତୀୟ ସୋପାନ କୁ ଡାକ୍ତର ପ୍ରକାଶ  ଚନ୍ଦ୍ର ରାଣା ପରିଚାଳନା କାଇଥିଲେ। ଏହି ଆସରରେ ବିଶିଷ୍ଟ କବି ମାନଙ୍କ ମଧ୍ୟରେ କବି, ପ୍ରଭାତ କୁମାର ଚୌହାନ,ଗିରିଜା ପ୍ରସନ୍ନ ପୃଷ୍ଟି, ଅକ୍ଷୟ ପତି, ବସନ୍ତ ନାଥ, ପ୍ରେମ ସାଗର ଦାସ, ଅନ୍ତର୍ଯ୍ୟାମୀ ପାଣି ଗ୍ରାହୀ, ବିବେକାନନ୍ଦ ମିଶ୍ର, ପ୍ରେମ ସାଗର ଦେହେରିଆ, କମଳ ଲୋଚନ ପୂଜାରୀ, ପ୍ରଫୁଲ କୁମାର ହାତୀ, ନିମାଇଁ ଚରଣ ବେହେରା, ନିକୁଞ୍ଜ ବିହାରୀ ମିଶ୍ର ଓ ବ୍ୟଙ୍ଗ କବି କମଳ ଲୋଚନ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥବା ବେଳେ କବୟତ୍ରୀ ପ୍ରଣତି ପଟ୍ଟ ନାୟକ,ଅହଲ୍ୟା ନାଏକ,ଜ୍ୟୋସ୍ନା ମୟୀ ନାଥ, ପଙ୍କଜିନି ରାଉତ, ଅଞ୍ଜଳୀ ପ୍ରଭା ପଟ୍ଟନାୟକ ଲକ୍ଷ୍ମୀ ପ୍ରିୟା ପଣ୍ଡା ଓ ସଂଯୁକ୍ତା ମେହେର ସୁ ଲୋଳିତ କଣ୍ଠରେ ସ୍ବରଚିତ କବିତା ମାନ ପାଠ କରିଥିଲେ। ଏହି ଅବସର କବି ମୁରାରୀ ପ୍ରସାଦ ମିଶ୍ର ଙ୍କ ଦାୟାଦ ତଥା ସୁପୁତ୍ର ସଂଜୀବ କୁମାର ମିଶ୍ର ଓ ସୁଶାନ୍ତ କୁମାର ମିଶ୍ର  ଉପସ୍ଥିତ ଥିବା ବେଳେ ମୁରଟି ମିଶ୍ରଙ୍କ ପ୍ରତିଷ୍ଠିତ  ସମ୍ବଲପୁର କଳା ବିକାଶ ପରିଷଦର କର୍ମକର୍ତ୍ତାଙ୍କ ଓ  କବିଙ୍କ ଜନ୍ମ ମାଟି କାତିକେଲା ଗାଁର କିଛି ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତିରେ  ଅତିଥିମାନେ ମୁରାରୀ ମିଶ୍ରଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦ୍ବୀପ ପଜ୍ଜ୍ୱଳନ କରିବା ବେଳେ ପରିଷଦର ସଂଯୋଜିକା ଲକ୍ଷ୍ମୀ ପ୍ରିୟାପଣ୍ଡା ଙ୍କ ସୁମଧୁର କଣ୍ଠରେ ଦୀପ ପଜ୍ଜ୍ୱଳନ ମନ୍ତ୍ରରେ ପେକ୍ଷାଳୟ ଗୁଜ୍ଜରିତ ହୋଇଥିଲା ଏହାପରେ ସାମୁହିକ ଭାବେ 

 ଜାତୀୟ ସଂଙ୍ଗୀତ ଗାନ କରା ଯାଇ ଥିବା ବେଳେ ଏହି କାର୍ଯ୍ୟ କ୍ରମରେ କିଛି ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଫେସର ଲଳିତ ମୋହନ ଦାଶ, ଅଧ୍ୟାପକ ତପନ କୁମାର ବାରିକ, ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ମନ୍ଦାକିନି ଶତପଥୀ, କୀର୍ତ୍ତିଚନ୍ଦ୍ର ବହିଦାର, ଅଧ୍ୟାପକ ହେମନ୍ତ ପଟେଲ, ଜୟରାମ ରଣା,ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ର ଅଧ୍ୟକ୍ଷା ମମତା ଦାଶ, ଶିକ୍ଷୟତ୍ରୀ ନମିତା ନାଥ, ସୁଲୋଚନା ସାହୁ, ସୁରେନ୍ଦ୍ର ମହନନ୍ଦ,ଗୋକୁଲ କିଷାନ,କାନ୍ତା ନାଏକ,ଲିଲିମା କିଷାନ,ସମାଜ ସେବୀ ରାଜେଶ ପାଢ଼ୀ,ଅରବିନ୍ଦ ବାରିକ, ବିଜୟ ସହିଗଲ ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗଦନ କରିଥିବା ବେଳେ ଅତିଥୀ ମାନଙ୍କ ପକ୍ଷରୁ  ଜିଲ୍ଲା ପ୍ରଶାସନ ଏବଂ ବେଦାନ୍ତ କମ୍ପାନୀକୁ ମୁରାରୀ ପ୍ରସାଦ  ମିଶ୍ରଙ୍କ ନାମରେ ପ୍ରତିମୂର୍ତ୍ତି ସ୍ଥାପନ ଓ ଛକର ନାମକରଣ କରାଯିବା ପାଇଁ  ସ୍କୃତି ସଭାରେ ପ୍ରସ୍ତାବ ଦିଆଯାଇଥିଲା।କବି କବୟତ୍ରୀଙ୍କୁ  ପ୍ରତିଭାପତ୍ର ପ୍ରଦାନ କରାଯାଇ ଥିବା ବେଳେ ପରିଷଦର ଉପ ସଭାନେତ୍ରୀ ପ୍ରଣତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault