"ସାରଦାଙ୍କ ଭଳି ଘୃନ୍ୟ ଓ କଳଙ୍କିତ ଚରିତ୍ର ଐତିହ୍ୟ ସମ୍ପନ୍ନ ମାହାଙ୍ଗା ପାଇଁ କଳଙ୍କ"
ଭୁବନେଶ୍ୱର: ବିଜେଡିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛି ବିଜେପି। ଏହା ସହିତ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିର ରାଜନୈତିକ ଓ ସାଂସ୍କୃତିକ ପରିବେଶକୁ କଳଙ୍କିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ଅପରାଧିକ ତଥା ଅସାମାଜିକ ପୃଷ୍ଠଭୂମି ସମ୍ପନ୍ନ ବିଜେପି ନେତା ସାରଦା ପ୍ରଧାନ। । ପୂର୍ବରୁ ଅନେକ ଅପରାଧିକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ରହିଥିବା ବେଳେ ନିକଟରେ ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ୟ ମାହାଙ୍ଗା ମାଟିକୁ ଲଜ୍ଜିତ କରିଥିବା ବେଳେ ବିଜେପି ନେତା ସାରଦାଙ୍କ ଅପରାଧିକ ଚେହେରାକୁ ପୁଣି ତାଜା କରିଛି | ତାଙ୍କର ଗୁଣ୍ଡାଗର୍ଦ୍ଦି ମାହାଙ୍ଗା ମାଟିର ଇଜ୍ଜତକୁ ରାଜଧାନୀରେ ନିଲାମ କରିଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି |
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାହାଙ୍ଗା -ନିଶ୍ଚିତ କୋଇଲି ବ୍ଲକର ନିର୍ବାଚିତ ଲୋକପ୍ରତନିଧିଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ ବୁଲୁ ପ୍ରଧାନ(ସାରଦା) ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ କଳଙ୍କ । ତାଙ୍କ ଇତିହାସ କହେ, ସାରଦା ମାହାଙ୍ଗା ମାଟିର ଜଣେ ବଦନାମ ଓ ଜଣେ ଘୃଣ୍ୟ ବ୍ୟକ୍ତି । ଦୁର୍ନୀତି ଅଭିଯୋଗ ସହ ତାଙ୍କ ନାମରେ ରହିଛି ୨୦ରୁ ଉର୍ଧ୍ଵ ମାମଲା | ୧୯୯୭ ମସିହାରେ ସାରଦା ବିପିଏଲ ଶ୍ରେଣୀଭୁକ୍ତ ଥିଲେ । ଆଜି ସାରଦା ପ୍ରଧାନ କୋଟି କୋଟି ଟଙ୍କାର ମାଲିକ । ମାହାଙ୍ଗା ବିକାଶ ପରିଷଦ ନାଁରେ ସେ କୋଟି କୋଟି ଚଳୁ କରିଛନ୍ତି । ୧୯୯୯ ମସିହାରେ ସେ ନିଜ ପଡୋଶୀ ଭାଇକୁ ହଇରାଣ କରି ଦୁଇବର୍ଷ ଗାଁରେ ରଖାଇଦେଇନଥିଲେ| ଏହି ମାମଲାରେ ତାଙ୍କ ନାମରେ ୧୪୭, ୧୪୮, ୩୫୪, ୪୫୨, ୩୨୩, ୩୨୬, ୨୯୪, ୫୦୬, ୩୭୯, ୧୪୯ ଭଳି ସଂଗୀନ ଦଫା ଲାଗିଥିବା ବେଳେ ସେ ୨୨ ଦିନ ଚୌଦ୍ୱାର ଜେଲରେ ଥିଲେ । ସେଭଳି ୨୦୦୨ରେ ମାମଲା ନମ୍ବର ୧୫୬ରେ ୩୪୧, ୩୨୩, ୩୪୮, ୩୩୭ ଓ ୩୪ ଭଳି ସଂଗୀନ ମାମଲା ଲାଗିଥିଲା ସାରଦାଙ୍କ ବିରୋଧରେ |ଏଭଳି ଜଣେ ଅପରାଧିକ ପୃଷ୍ଠଭୂମି ସମ୍ପନ୍ନ ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରିଛନ୍ତି ଓ କରିବାକୁ ଅପଚେଷ୍ଟା ଜାରି ରଖିଛନ୍ତି । ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନଥିବା ବେଳେ ତାଙ୍କ ନାମକୁ ଯୋଡି ସାରଦା ଶସ୍ତା ରାଜନୈତିକ ମାଇଲେଜ ନେବାକୁ ଉଦ୍ୟମ କରୁଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ବିଜେପି ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଶୁକ୍ରବାର ଅନୁଷ୍ଠିତ ବିଜେଡି ପ୍ରେସମିଟରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମର୍ଡର କେସରେ ଅପରାଧୀଙ୍କୁ ସହଯୋଗ କରୁଛି ରାଜ୍ୟ ବିଜେପି । ୫ ଥର ମାଟ୍ରିକରେ ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ । ରାଜନୀତିକୁ ଏତେ ତଳସ୍ତରକୁ ନେବାର କୌଣସି ଯଥାର୍ଥତା ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତିଙ୍କ ସମେତ ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରପର୍ସନ ସବିତା ଓଝା, । ମାହାଙ୍ଗା ଚେୟାରମ୍ୟାନ ଶରତ କୁମାର ନାୟକ, ମାହାଙ୍ଗା ଭାଇସ ଚେୟାରପର୍ସନ ରସିତା ବେଗମ, ନିଶ୍ଚିନ୍ତକୋଇଲି ବ୍ଲକ ଭାଇସ ଚେୟାରପର୍ସନ ସବିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।