ବରଗଡ :- ରାଜ୍ୟ ସରକାରଙ୍କ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହେଲା ବିଜୁ ଏକ୍ସପ୍ରେସ ୱେ । ଚାରିଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଏହି ରାସ୍ତା ଉପରେ ପରୋକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭର କରୁଥିବା ଅଂଚଳ ବା ଅଂଚଳ ବାସୀଙ୍କର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଅଂଚଳର ବହୁମୁଖୀ ବିକାଶ କ୍ଷିପ୍ର ଗତିରେ ସମ୍ଭବ ହୋଇ ପାରିବ । ଏହି ରାସ୍ତା ନିର୍ମାଣ ପାଇଁ ସରକାରଙ୍କର ଆନ୍ତରିକ ପ୍ରଚେଷ୍ଟା , ଅଧିକାରୀ ମାନଙ୍କର ଉଦ୍ୟମ ଓ ସ୍ଥାନୀୟ ଲୋକଙ୍କର ତ୍ୟାଗ ପ୍ରଶଂସନୀୟ । ତେଣୁ ଏହି ରାସ୍ତା କାମ ପାଇଁ ଆଜି ପାଇକମାଲ ସ୍ଥିତ ପୁରାତନ ଶିବ ମନ୍ଦିର କୁ ଅସ୍ଥାୟୀ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ନୂତନ ଶିବ ମନ୍ଦିର ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ଦିର ନିର୍ମାଣ କମିଟିର ସଭାପତି ଶ୍ରୀ ବିନୋଦ କୁମାର କାଳିଆ ଙ୍କର ସହିତ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର , ବାରିଷ୍ଟ ସାମ୍ବାଦିକ ଶ୍ରୀ ବଡ ସଥପଥୀ , PWD କାର୍ଯନିର୍ବାହୀ ଯନ୍ତ୍ରୀ ଶ୍ରୀ ବିରଞ୍ଚି କୁମାର ମହାନ୍ତି , ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ଅଧିବକ୍ତା ଶ୍ରୀ ରାଜକିଶୋର ସାହୁ , ଶ୍ରୀ ବିଜୟ କୁମାର ରାଓ , ଶ୍ରୀ ପ୍ରେମ ସାଗର ଫୌଜଦାର , ଆଶୁତୋଷ ସାହୁ , ନନ୍ଦ ଶ୍ରୀବସ୍ତାଵ , ମହାଦେବ ବେହେରା ପ୍ରମୁଖ ଯୋଗଦେଇଥିବା ବେଳ ପଣ୍ଡିତ ରଂକମଣି ଦେବତା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ରାଜେଶ କୁମାର ଅଗ୍ରୱାଲ ଓ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ସଂଜୁଳତା ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ନିର୍ବାହନ କରିଥିବା ବେଳେ ନୂତନ ମନ୍ଦିର ନିର୍ମାଣ ପାଇଁ ଉପଜିଲ୍ଲାପାଳ ଭୂମିପୂଜନ କରିବା ସହିତ ନଡ଼ିଆ ବାଡେଇ କାର୍ଯର ଶୁଭାରମ୍ଭ କରିଥିଲେ । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଲେ ଖୁବ ଶୀଘ୍ର ମନ୍ଦିର ନିର୍ମାଣ କାର୍ୟ୍ଯ ସମ୍ପୁର୍ଣ୍ଣ ହେବ ବୋଲି ମନ୍ଦିର ନିର୍ମାଣ କମିଟିର ସଭାପତି ଶ୍ରୀ ବିନୋଦ କାଳିଆ କହିଛନ୍ତି ।