ହେଡଲାଇନସ୍:

ବନବିଭାଗ ଓ କାଠ ମାଫିଆଙ୍କ ବିରୋଧରେ ପଦଯାତ୍ରା ଓ ତହସିଲ ଅଫିସ ଘେରାଉ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି /ତୁଳମଣି ନାଗ: ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ପୋଡୁ ଚାଷ ଆଲରେ ଜଙ୍ଗଳକୁ ନିଆଁ ଲଗାଇ ଜଙ୍ଗଲ ଧ୍ୱଂସ କରୁଛନ୍ତି ଓ କାଠ ମାଫିଆ ମନେ ଗଛ ହାଣି ଜଙ୍ଗଲ କୁ ପଦା କରି ନଷ୍ଟ କରିଦେଉଛନ୍ତି |ସେଥିପାଇଁ ଏହାର ପ୍ରତିବାଦରେ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ କାଉଡୋଳାଠାରୁ କୋକସରା ପର୍ଯ୍ୟନ୍ତ ସଚେତନ ପଦଯାତ୍ରା କରାଯାଇ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ସାହାଜଖୋଲ ସୁରକ୍ଷା  ସମିତି l ୧୨୭୨୦ ହେକ୍ଟର ପରିମିତ ସାହାଜଖୋଲ ଜଙ୍ଗଲ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଯୋଗୁ ମୂଲ୍ୟବାନ ଗଛ ସବୁ କଟାହୋଇ ଅସ୍ତିତ୍ୱ ହରାଇବାକୁ ବସିଲାଣି l କୋକସରା ବ୍ଲକର ଆମପାଣି,ଡୁଡୁକାଠେଙ୍ଗା,ମହିମା,ବଡ଼ପୋଡାଗୁଡା,ବରାଡ଼ଙ୍ଗା ଆଦି ପଞ୍ଚାୟତର ଆଦିବାସୀମାନେ ଏହି ଜଙ୍ଗଲ ଉପରେ ପେଟ ପାଟଣାର ନିର୍ଭର କରିଥାନ୍ତି  | କିନ୍ତୁ ଏବେ ଜଙ୍ଗଲରେ ନିଆଁଲାଗି ଓ କାଠ ମାଫିଆ ଗଛ କାଟି ଜଙ୍ଗଲକୁ  ନଷ୍ଟ କରୁଥିବା ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ l ସରକାର ଜଙ୍ଗଲକୁ ସୁରକ୍ଷା  ନ କଲେ  ଆଗାମୀ ଦିନରେ ଭୟାବହ  ଆନ୍ଦୋଳନ ହେବ ହେବ ବୋଲି ଜଙ୍ଗଲ ସୁରକ୍ଷା ସମିତିର ଆବାହକ  ଲଷ୍ମୀକାନ୍ତ ବାଗ ଚେତାବନୀ ଦେଇଛନ୍ତି  । ସାହାଜ ଖୋଲ ସୁରକ୍ଷା ସମିତିର ସଭାପତି ଭଜମନ ନାଏକ ହେମାଙ୍ଗିନି  ହଂସ ,ମଧୁବନ ପାତ୍ର , ଜନେକ ନାଏକ, ସତ୍ୟ ଚଳାନ, ଜେମାମଣି ନାଏକ,ମୁକ୍ତା ନାଏକ ପ୍ରମୁଖ ଏହି ପଦଯାତ୍ରା ରେ ସାମିଲ ହୋଇଥିଲା l

0
0
0
s2sdefault