-ପୁନରୁଦ୍ଧାର ହେଲେ ହୋଇ ପାରନ୍ତା ମାଛ ଚାଷ, ବଢ଼ନ୍ତା ପଞ୍ଚାୟତ ରାଜସ୍ୱ
-ଉନ୍ନତି ହୁଅନ୍ତା ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅବସ୍ଥା
-ଆବଶ୍ୟକ ବେଳେ ଚାଷ ଜମି ହୋଇପାରନ୍ତା ଜଳସେଚିତ
ଝାରବନ୍ଧ-ମନୋହର ଦାଶ: ପଞ୍ଚାୟତର ରାଜସ୍ୱ ବୃଦ୍ଧି ପାଇଁ ସରକାର ଆଦର୍ଶ ପୋଖରୀ ହେଉ କି ମୋ ପୋଖରୀ ଭଳି ଯୋଜନା କରିଛନ୍ତି।ମନରେଗା ଯୋଜନା ରେ ପୋଖରୀ ପୁନରୁଦ୍ଧାର କୁ ଅନ୍ତର୍ଭୁକ୍ତ କରାଯାଇ କାର୍ଯ୍ୟ କରା ଯାଉଛି ତ କେଉଁଠି ପଙ୍କ ଉଦ୍ଧାର ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।କିନ୍ତୁ ପୋଖରୀ ଯୋଜନା ପଞ୍ଚାୟତ ମାନଙ୍କ ରେ ଥିବା ସବୁ ପୋଖରୀ ରେ ପହଁଚି ପାରୁନଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ଗୋଟିଏ ପଞ୍ଚାୟତ ରେ ଏକାଧିକ ପୋଖରୀ ପୋତି ହୋଇଗଲାଣି।ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦାଦନ ପ୍ରବଣ ଝାରବନ୍ଧ ବ୍ଲକ ର ୧୪ଟି ପଞ୍ଚାୟତ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।କରୋନା ମହାମାରୀ ର ଲକଡାଉନ ସମୟ ଓ ଲକଡାଉନ ର ପରବର୍ତୀ ସମୟ ରେ ପ୍ରବାସୀ ସ୍ଥାନୀୟ ଶ୍ରମିକ ମାନଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମାଧ୍ୟମ ରେ କୋଟି କୋଟି ଟଙ୍କାର ଅନୁଦାନ ପଞ୍ଚାୟତ ସମିତି କୁ ଯୋଗାଇ ଦେଇଛନ୍ତି।ଏହି ଯୋଜନା ରେ ପ୍ରବାସୀ ଓ ସ୍ଥାନୀୟ ଶ୍ରମିକ ମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟ ଯଥା ରାସ୍ତା ନିର୍ମାଣ ଓ ମରାମତି ରାସ୍ତା କଡ଼ ରେ ବୃକ୍ଷ ରୋପଣ ଖାଲି ପଡିଥିବା ସରକାରୀ ବା ପଞ୍ଚାୟତ ପୋଖରୀ ଗୁଡିକରୁ ପଙ୍କ ଉଦ୍ଧାର ଆଣିବନ୍ଧ ତିଆରି ଆଦି କାର୍ଯ୍ୟରେ ବ୍ୟୟ କରାଯିବାକୁ ନିର୍ଦ୍ଧିଷ୍ଟ ଭାବେ ନିର୍ଦେଶ ଦିଆଯାଇଛି।ମନରେଗା ଯୋଜନା ରେ ବ୍ଲକ ରେ ସବୁ ପଞ୍ଚାୟତ ରେ ବୃକ୍ଷ ରୋପଣ ବନିକରଣ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଯଥା ସମ୍ଭବ କରାଯାଇଥିଲେ ହେ ଏହି ଯୋଜନାରେ ପୋଖରୀ ଖୋଲା କାମ ସନ୍ତୋଷ ଜନକ ନୁହେଁ।ପଞ୍ଚାୟତ ସ୍ତର ରେ ପୋଖରୀ ଗୁଡିକ ଅବହେଳିତ ଓ ଅବ୍ୟବହୃତ ଅବସ୍ଥା ରେ ପଡି ରହିଛି ୨୦୦୦ମସିହା ପୂର୍ବରୁ ଏହି ପୋଖରୀ ଗୁଡିକ ଝାରବନ୍ଧ ଅଞ୍ଚଳ ବାସୀ ଙ୍କ ପାଇଁ ବହୁ ଗୁରୁତ୍ୱ ବହନ କରୁଥୁଲା ପୋଖରୀ ଗୁଡିକ ର ପାଣି ଲୋକ ମାନଙ୍କ ଦୈନନ୍ଦିନ ନିତ୍ୟ ବ୍ୟବହାର ରେ ଲାଗିବା ସହିତ ପାନୀୟ ଜଳ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା।ବ୍ଲକ ର ତିନି ଟା ପଞ୍ଚାୟତ କୁ ଛାଡି ବାକି ଅନ୍ୟ ୧୧ ଟି ପଞ୍ଚାୟତ ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ।ପୋଖରୀ ଗୁଡିକର ଜଳ ମରୁଡ଼ି ସମୟ ରେ ଚାଷ ଜମି କୁ ଜଳ ସେଚନ କରାଇବା ରେ ପ୍ରମୁଖ ଭୁମିକା ଭହନ କରୁଥିଲା।କିନ୍ତୁ ସରକାରଙ୍କ ଜନସାଧାରଣ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଯୋଜନା ରେ ଗାଁରେ ନଳକୂପ ଖନନ ଛୋଟ ଓ ବଡ଼ ପାନୀୟ ଜଳ ପ୍ରକଳ୍ପ କରି ଲୋକ ମାନଙ୍କ ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବାର ଫଳ ସ୍ୱରୂପ ପ୍ରତି ପଞ୍ଚାୟତ ରେ ଥିବା ସରକାରୀ ପୋଖରୀ ଗୁଡିକ ଅଦରକାରୀ ହୋଇ ପଡ଼ିଲା ।ଫଳରେ ଧୀରେ ଧୀରେ ପୋଖରୀ ପୋତି ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି ଏବଂ ସେଥିପ୍ରତି ପଞ୍ଚାୟତ ଠାରୁ ପଞ୍ଚାୟତ ସମିତି ସ୍ଥାନୀୟ ରାଜ ନେତା କୃଷି ଓ ମତ୍ସ୍ୟ ଚାଷ ବିଭାଗ ପର୍ଯ୍ୟନ୍ତ କାହାରି ନଜର ନାହିଁ।ସମସ୍ତେ ଦେଖି ଜାଣିଶୁଣି ମଧ୍ୟ ନିରବ ଦ୍ରଷ୍ଟା ସାଯିବା ଦୁର୍ଭାଗ୍ୟ ଜନକ ଛଡା ଆଉ କଣ ହୋଇ ପାରେ ସମଗ୍ର ଦେଶରେ ଚାଲିଥିବା କରୋନା ମହାମାରୀ ର ସଙ୍କଟ ସାଙ୍ଗ କୁ ଅର୍ଥନୈତିକ ସଙ୍କଟ ସମୟ ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଓଡିଶା ରାଜ୍ୟ ସରକାର ଯୋଗାଇ ଦେଇଥିବା ଅନୁଦାନ ରେ ପ୍ରତି ପଞ୍ଚାୟତ ରେ ଥିବା ଏହି ପୋଖରୀ ଗୁଡିକ ର ପୁନରୁଦ୍ଧାର କରା ଗଲେ ସ୍ଥାନୀୟ ଶ୍ରମିକ ଓ ପ୍ରବାସୀ କିଛିଦିନ କର୍ମ ନିଯୁକ୍ତି ପାଇପାରନ୍ତେ ।
ଦ୍ଵିତୀୟ-ପୋଖରୀ ଗୁଡିକ ରେ ମାଛ ଚାଷ ପାଇଁ ସୁଯୋଗ ସୃଷ୍ଟି କରାଗଲେ ପଞ୍ଚାୟତ ର ରାଜସ୍ୱ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ସହାୟକ ହୋଇ ପାରନ୍ତା ।
ତୃତୀୟ-ସରକାରଙ୍କ ନୂଆ ନିର୍ଦେଶ ମତେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ କୁ ପୋଖରୀ ନିଲାମ ଗ୍ରହଣ ରେ ଓ ମାଛ ଚାଷ ରେ ସାମିଲ କରାଗଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ର ଆର୍ଥିକ ଅବସ୍ଥାରେ ଉନ୍ନତି ହେବା ସହିତ ସରକାରଙ୍କ ମହିଳା ସଶକ୍ତି କରଣ ଯୋଜନା ସଫଳ ହୋଇପାରନ୍ତା।
ଚତୁର୍ଥତ-ମାଛ ଚାଷ ପାଇଁ ଆବଶ୍ୟକ ହେଉଥିବା ଜଳ ପୋଖରୀ ରେ ଗଚ୍ଛିତ ରଖି ଅବଶିଷ୍ଟ ଜଳ ଆବଶ୍ୟକ ସମୟରେ ଚାଷ ଜମି କୁ ଜଳ ସେଚନରେ ସହାୟକ ହୋଇ ପାରନ୍ତା ଏଥିପ୍ରତି ବ୍ଲକ ପ୍ରଶାସନ ସ୍ଥାନୀୟ ଜନପ୍ରତିନିଧି ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବିକରିଛନ୍ତି।