ହେଡଲାଇନସ୍:

ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଂଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମାଜିକ ଓ ଆର୍ଥିକ ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶରେ ସାମାଜିକ ଓ ଆର୍ଥôକ ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ରହିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱାଦଶ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଂଟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭବିଷ୍ୟତ ସ୍ଥାୟୀ ଉର୍ଜାରେ ଭାରତର ଯାତ୍ରା ଉପରେ ମତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ରୋଜଗାର ତିଆରି ହେବ ଏବଂ ଏହାଫଳରେ ସମାଜର ସବୁ ବର୍ଗର ସାମାଜିକ ଓ ଆର୍ଥôକ ବିକାଶ ହୋଇପାରିବ । ଭାରତର ଅର୍ଥନୀତିକୁ ଦୁଇ ଗୁଣା ଗତି ଦେବାରେ ତୈଳ ଏବଂ ଗ୍ୟାସ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ଭାରତ ବିଶ୍ୱର ତୃତୀୟ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଏବଂ ଖୁବ ଶୀଘ୍ର ଏହା ଅନ୍ୟ ଦେଶ ତୁଳନାରେ ମୁଣ୍ଡ ପିଛା ଉର୍ଜା ବ୍ୟବହାରରେ ଶୀର୍ଷ ସ୍ଥାନ ଅଧିକାର କରିବ । ସ୍ୱଚ୍ଛ, ସବୁଜ ତଥା ସ୍ଥାୟୀ ସମ୍ବଳ ଦ୍ୱାରା ଭାରତ ଭବିଷ୍ୟତ ଉର୍ଜାର ଆବଶ୍ୟକତାକୁ ପୂରଣ କରିବ ଏବଂ ଏଥିପାଇଁ ନିରନ୍ତର ଅନ୍ୱେଷଣ ଏବଂ ବିକାଶ(ଆର ଏଣ୍ଡ ଡ଼ି)ର ପ୍ରୟାସ କରିବା ଆବଶ୍ୟକ ।

ଉର୍ଜା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଆଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଇଥାନଲ ବ୍ଲେଣ୍ଡି, ସିବିଜି, ବାୟୋଡ଼ିଜେଲ, କୋଇଲାରୁ ସିନଗ୍ୟାସ ଏବଂ ଏଲଏନଜିକୁପରିବହନ ଇନ୍ଧନ ଭାବରେ ପ୍ରଚାରପ୍ରସାର କରାଯାଉଛି । ନୀତିଗତ ଦୃଷ୍ଟିରୁ ସ୍ପଷ୍ଟ ପୁଞ୍ଜିନିବେଶ ଯୋଜନା, ଭବିଷ୍ୟତକୁ ଲକ୍ଷ୍ୟର ସ୍ପଷ୍ଟ ତଥା କ୍ରିୟାନ୍ୱୟନ ଋଣନୀତିକୁ ସୁଦୃଢ଼ କରିବା ଦିଗରେ ଅନେକ ସମ୍ଭାବନା ସୃଷ୍ଟି ହେଉଛି । ସେହିପରି କେବଳ ଉର୍ଜା ଉପଲବ୍ଧ କରିବା ନୁହେଁ ବରଂ ଉତ୍କୃଷ୍ଟ   ଉର୍ଜା ପାଇଁ ତୈଳ ଓ ଗ୍ୟାସ ଶିଳ୍ପ ପ୍ରସ୍ତୁତ ।

ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲର ଆର ଏଣ୍ଡ ଡି ସେଂଟର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଏକ ଲୋଗୋ ଏବଂ ସ୍ମରଣିକା ଉନ୍ମୋଚନ କରିଥିଲେ ।

0
0
0
s2sdefault