ହେଡଲାଇନସ୍:

ସାଂସ୍କୃତିକ ସଦଭାବନା ପାଇଁ ୩ଦିନ ଧରି ଜିଲ୍ଲା ପରିକ୍ରମା କରିବେ ସଂସ୍କୃତି ସୈନିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ଶ୍ରୀରାମ ଚନ୍ଦ୍ର ଜ୍ୟେତିରଥର ଜିଲ୍ଲା ପରିକ୍ରମା ଆରମ୍ଭ

ବାରିପଦା ( ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାର ଅବଲୁପ୍ତପ୍ରାୟ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ୨୦୦୩ଠାରୁ ବାରିପଦାଠାରେ ସାଂସ୍କୃତିକ ଗଣପର୍ବ ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଅସୁଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ୫ମ ବାର୍ଷିକ ସାଂସ୍କୃତିକ ଜାଗରଣ ଯାତ୍ରା(ବାଇକ ଶୋଭାଯାତ୍ରା) ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୯ରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ନିକଟରୁ ଶୁଭାରମ୍ଭ ହୋଇଯାଇଛି  । ମାର୍ଚ୍ଚ ୧୨ ରୁ ୧୪ ପର୍ଯ୍ୟନ୍ତ ୩ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଯାକ ସବଡିଭିଜନର ଲୋକଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ସମନ୍ୱୟ ରକ୍ଷା କରିବା ନିମନ୍ତେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବା ସହ ନବ ଓଡିଶାର ଅନ୍ୟତମ ନିର୍ମାତା ରାଜର୍ଷି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତି ଉଦେ୍ଧଶ୍ୟରେ ମଧୁବନସ୍ଥିତ ମହାରାଜାଙ୍କ ସମାଧି ପୀଠରୁ ପବିତ୍ର ଜ୍ୟୋତି ପ୍ରଜ୍ୱଳିତ ହୋଇ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ ଜିଲ୍ଲା ପରିକ୍ରମା ବାହାରିଥିଲା  । ଏହି ଅବସରରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମହୋତ୍ସବର ପ୍ରତିଷ୍ଠାତା  ସମ୍ପାଦକ ଶରତ ଚନ୍ଦ୍ର ନାୟକ, ପଣ୍ଡିତ ଭାଗବତ ପଣ୍ଡା, ପ୍ରଦୀପ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ଜୀଉ, ସୁସ୍ମିତା ଘୋଷାଲ, ପାର୍ବତୀ ବାରିକ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ସାଂସ୍କୃତିକ ସମନ୍ୱୟ ସହିତ ଭାଇଚାରାର ପରମ୍ପରାକୁ ଆଗେଇ ନେବା ଦିଗରେ ବଳାଙ୍ଗୀ ମହୋତ୍ସବର ପ୍ରୟାସକୁ ପ୍ରଶଂସା କରିବା ସାଙ୍ଗକୁ ବଳାଙ୍ଗୀ ମହୋତ୍ସବର ଏକ ଟାଇଟେଲ ଗୀତ ମଧ୍ୟ ଉନ୍ମୋଚିତ କରିଥିଲେ  । ଜାଗରଣ ଯାତ୍ରାର ଜିଲ୍ଲା ପରିକ୍ରମା ସମୟରେ ସମାଜରୁ କୁସଂସ୍କାର, ଅନ୍ଧ ବିଶ୍ୱାସ, ନିଶାସେବନ ଆଦି ଦୂର କରିବା, କରୋନା ସଚେତନତା ସୃଷ୍ଟି ଏବଂ ଟ୍ରାଫିକ ନିୟମ ପାଳନ କରିିବା, ପରିବେଶ ସୁରକ୍ଷା, ଜଳ ଅପଚୟ ନକରିବା ଆଦି ଦିଗରେ ପ୍ରଚାର ପତ୍ର ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଜନ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ  । ୩ ଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ଶୋଭାଯାତ୍ରାରେ ୨୦ଟି ବାଇକ , ୪୦ଜଣ ସଂସ୍କୃତି ସୈନିକ ସାମିଲ ହେବା ସହିତ ଜ୍ୟୋତିରଥ ବାରିପଦାରୁ ବାହାରି କୁଳିଅଣା, ଝାରପୋଖରୀଆ, ବାଙ୍ଗିରିପୋଷି, ବିଶୋଇ, ବିଜାତୋଳା, ରାଇରଙ୍ଗପୁର, ବହଳଦା, ଜାମଦା, ଭାଲୁବସା, ଯଶିପୁର, ଖିଚିଂ, କରଞ୍ଜିଆ, ଠାକୁରମୁଣ୍ଡା, ଶରତ, କପ୍ତିପଦା, ଉଦଳା, ଖୁଣ୍ଟା, ହରିପୁର, ବଡସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟୀ, ଚିତ୍ରଡା, ମରୋଡା, ବାଘଡା, ଶୁଳିଆପଦା ଦେଉଳି ହୋଇ ବାରିପଦାରେ ମାର୍ଚ୍ଚ ୧୪ ସଂଧ୍ୟାରେ ପହଁଞ୍ଚିବ ବୋଲି ସୂଚନା ମିଳିଛି  ।

 

 

0
0
0
s2sdefault