କଳାହାଣ୍ଡି/ତୁଳମଣି ନାଗ : କଳାହାଣ୍ଡି ଜ଼ୀଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକାରଣ ପାଇଁ ପ୍ରୟାସ ଆରମ୍ଭ ହେଉଛି । ସହରର ୭ ଟି ସ୍ଥାନରେ ସେଲ୍ଫି ପଏଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଭବାନୀପାଟଣା ସହରର ଦୟାନିଧି ଛକର ସାମ୍ନାରେ ବିଜୁ କଲ୍ୟାଣମଣ୍ଡପ , ଷ୍ଟାଡିୟମ୍ ନିକଟ , ଜେଲ ଖାନା ଛକ, ବିମଳା କନଭେଣ୍ଟ ସମ୍ମୁଖରେ ନକଟିଗୁଡା ଛକ , ହିଲ ଟାଉନ ଓ ରିଜ଼ର୍ଭ ପଡିଆ ସମ୍ମୁଖର ପିପ୍ପଳ ନାଳ ନିକଟ ଆଇନ୍ ମହାବିଦ୍ୟାଳୟ ୭ ଟି ସ୍ଥାନ ସେଲ୍ଫି ପଏଣ୍ଟ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜୁ କଲ୍ୟାଣମଣ୍ଡପ ନିକଟରେ ପ୍ରଥମ ସେଲ୍ଫି ପଏଣ୍ଟ ନିର୍ମାଣ କାମ ହୋଇଛି । ଏହି ପଏଣ୍ଟ ଗୁଡିକ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ନିର୍ମାଣ କରାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ କରାଯିବ । ଏଥିରେ ଆଲୋକୀକରଣ ଓ ବୃକ୍ଷ ରୋପଣ ମଧ୍ୟ କରାଯିବା ଏନେଇ ନିର୍ଵାହି ଅଧିକାରୀ ବିଶ୍ବମ୍ବର ମିଶ୍ରଙ୍କୁ ପଚାରିବାରୁ ପୂର୍ତ୍ତ ବିଭାଗ ନିର୍ମାଣ କାର୍ଯ୍ୟର ତଦାରଖ କରିବେ । ଏହାର ରକ୍ଷଣାବକ୍ଷଣା ଦାୟିତ୍ୱ ଭବାନୀପାଟଣା ମହାବୀର ପଡାର ଶ୍ୟାମସୁନ୍ଦର ଭୋଇ ଆର୍ଟିସଙ୍କୁ ଦିଆ ଯାଇଛି ।
ରାଜ୍ୟ
ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ : ସହରର ୭ଟି ସ୍ଥାନରେ ହେବ ସେଲ୍ଫି ପଏଣ୍ଟ ।।
- Hits: 270