ହେଡଲାଇନସ୍:

ଭାଷା ବଞ୍ଚି ରହିଲେ ଜାତି ଓ ସଂସ୍କୃତି ବଞ୍ଚି ରହିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ "ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ-୨୦୨୧" ପାଳିତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ସମାଜର ସଭାଗୃହ ଠାରେ "ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ-୨୦୨୧ ପାଳିତ ହୋଇଯାଇଛି । 

ଉତ୍କଳ ହିତୈଷିଣୀ ସମାଜର ସଭାପତି ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟି ହୋଇଛି , ଆମର ଭାଷା ଓ ଜାତିକୁ ନେଇ , ଭାଷାର ସ୍ୱାଭିମାନ ନ ରହିଲେ ସମସ୍ତ ଚେଷ୍ଠା ବୃଥା ଯିବ  , ଭାଷା ଏକ ପ୍ରବହମାନ ସ୍ରୋତ , ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ  ତାହାର ପ୍ରତ୍ୟେକ କ୍ଷେତ୍ରରେ ବହୁଳ ବ୍ୟବହାରର ଆବଶ୍ୟକତା ରହିଛି ,  ଭାଷା ବଞ୍ଚି ରହିଲେ ଜାତି ଓ ସଂସ୍କୃତି ବଞ୍ଚି ରହିବ ତେଣୁ ନିଜ ଭାଷା ପ୍ରତି ଆଗ୍ରହ ରହିବା ଦରକାର । ମୁଣ୍ଡରେ ଥିବା ଭାଷାକୁ ତୁଣ୍ଡରେ କହିଲେ ହିଁ ସେହି ଭାଷା ସମୃଦ୍ଧ ହୋଇପାରିବ ବୋଲି କହି ଉପାନ୍ତ ଅଞ୍ଚଳରେ ଜାତି ଓ ଭାଷାର ଅସ୍ମିତା ବଞ୍ଚି ରହିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ଯ୍ୟକ୍ରମରେ ଉପସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ  ବିଚିତ୍ରାନନ୍ଦ ବେବର୍ତ୍ତା , ଯୁଗ୍ମ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା  ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସାମ୍ବିଧାନିକ ସ୍ୱୀକୃତି ,  ତାପ୍ତର୍ଯ୍ୟ ଓ ଓଡ଼ିଆ ଭାଷାର ପ୍ରାଚୀନତା ଓ ସଂସ୍କୃତି ଉପରେ କହି ଭାଷାର ଉନ୍ନତିରେ ସାହିତ୍ୟର ଉନ୍ନତି ଓ ସାହିତ୍ୟ ପାଇଁ ଭାଷାର ଉନ୍ନତି ହୋଇଥାଏ । ତେଣୁ ଭାଷାକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷାରେ କହିବା ଓ ଲେଖିବା ଉପରେ ବିଶେଷ ଗୁରୁତ୍ବରୋପ କରିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଣ୍ଣପ୍ରଭା ପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାଗବତ ପାଢ଼ୀ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ  ସମ୍ପର୍କରେ କହିଥିଲେ ।

0
0
0
s2sdefault