ହେଡଲାଇନସ୍:

ସମ୍ବଲପୁର :୧୬ ଓ ୧୭ ତାରିଖରେ ହିରାଖଣ୍ଡ ନାଟ୍ୟ ମହୋତ୍ସବ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅଦୄଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ  ସମ୍ବଲପୁର ଠାରେ ଦୁଇଦିନିଆ ହିରାଖଣ୍ଡ ନାଟ୍ୟ ମହୋତ୍ସବ ଆୟୋଜିତ ହେବ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ,ଓଡିଶା ସଂସ୍କୃତି ବିଭାଗ ତଥା କେନ୍ଦ୍ରିୟ ସଙ୍ଗୀତ ଏକାଡେମୀର ସହଯୋଗରେ ଏହି ମହୋତ୍ସବ ଟି ଅନୁଷ୍ଠିତ ହେବ ।ଏହି ଦୁଇଦିନିଆ ନାଟ୍ୟ ମହୋତ୍ସବ ର ପ୍ରଥମ ଦିନ ଅଦୄଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ   ବୈଷ୍ଣବୋ ଜନତୋ  ଓ  ଦ୍ୱିତୀୟ ଦିନ ବେଲପାହାଡ ର ଏସଡିଓ ମିରର ଥିଏଟର କଳାକାର ମାନେ  ଗାନ୍ଧୀ ରାଏଜ ନାଟକ ପରିବେଷଣ କରିବେ । ସେହିପରି ନାଟ୍ୟ ମହୋତ୍ସବ ର ଦ୍ୱିତୀୟ ଦିନ ଲୁ ପଦ୍ମପୁର ର କଳାକାର ମାନେ ଲେଙ୍ଗଡା ରାଜା ଓ ଦ୍ୱିତୀୟ ନାଟକ ଅଦୄଶ୍ୟ ନାଟ୍ୟ ଆଶ୍ରମ ର କଳାକାର ମାନେ ଅସୀର ଗଡର ବୀରଗାଥା ନାଟକ ପରିବେଷଣ କରାଯିବ । ବିଶେଷ କରି ଜାତୀୟ ପିତା ମହାତ୍ମାଗାନ୍ଧୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୀବନି ଉପରେ ସବୁ ନାଟକ ଟି ପରିବେଷଣ କରାଯିବ । ଏଥିସହ ନାଟକ କ୍ଷେତ୍ରରେ ଅବଦାନ ପାଇଁ ସ୍ୱଗିୟ ରାଜେନ୍ଦ୍ର ପଣ୍ଡା ଙ୍କୁ ସମ୍ମାନିତ କରାଯିବ ।  ତେବେ ସମ୍ବଲପୁରୀ ନାଟକର ପ୍ରଚାର ପ୍ରଚାର ସହ ନାଟକ  ଉପରେ ଯୁବପିଢ଼ି ଙ୍କୁ ଆକର୍ଷଣ ସୄଷ୍ଟି କରିବା ପାଇଁ ଏହି ହିରାଖଣ୍ଡ ନାଟ୍ୟ ମହୋତ୍ସବ ଆୟୋଜନ କରାଯାଇଥିବା ଆୟୋଜକ ମାନେ କହିଛନ୍ତି ।

0
0
0
s2sdefault