ହେଡଲାଇନସ୍:

କୋଭିଡ କଟକଣା ଭିତରେ ରେଙ୍ଗାଲିର ସମସ୍ତ ଶୈବ ପୀଠରେ ଶିବରାତ୍ରି ସହ ଜାଗର ଯାତ୍ରା ସଂମ୍ପର୍ଣ୍ଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକରେ ଥିବା ସମସ୍ତ ଶୈବ ପୀଠରେ କୋଭିଡ କଟକଣା ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖି ମହାଶିବରାତ୍ରି ସହ ଜାଗର ଯାତ୍ରା ନିଷ୍ଠାର ସହ ସଂମ୍ପର୍ଣ୍ଣ ହୋଇଯାଇଛି। ବ୍ଲକର ରେଙ୍ଗଲି ପୁରୁଣାବସ୍ତି ସ୍ଥିତ ସପ୍ନେଶ୍ବର ବାବା,ବାବା ବନ୍ଧ ଶୈବ ପୀଠ,ଲପଙ୍ଗା,ରାମଚନ୍ଦ୍ର ନଗର,କତରବଗା,ଲଇଡା,ଟାମ୍ଫରକେଲା, ,କାଶି ପାଲି,ରେଙ୍ଗଲୋଇ ମହାଦେବ ପାଲି,ଅମନା ପାଲି,ଠେଲକୋଲେଇ,  ଥପା ପାଲି ଆଦି ଶୈବପୀଠ ମାନଙ୍କର ସହ ଧନକଉଡା ବ୍ଲକର ଶାସନ,  ଧନକଉଡା ଶୈବପୀଠ ସହ ଅନ୍ୟାନ୍ୟ  ଶୈବପୀଠ ମାନଙ୍କରେ ମହାଶିବରାତ୍ରି ଓ ଜାଗର ଯାତ୍ରା କେଭିଡ କଟକଣା ଭିତରେ ଭକ୍ତିପୂର୍ଣ୍ଣ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମାନସିକ ଧାରି ଭକ୍ତମାନେ ଶୈବପୀଠ ମାନଙ୍କରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କେଭିଡ କଟକଣାକୁ ମାନି ଶିବଙ୍କ ଉପାସନାରେ ମହାଦୀପ ଉଠିବା ପର୍ଯ୍ୟନ୍ତ ବସିଥିଲେ। କେଭିଡ କଟକଣା ଯୋଗୁଁ କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ପୂଜା କମିଟି ପକ୍ଷରୁ କରାନଯାଇ ଭଜନ,ସଂର୍କିତ୍ତନ,ଭାଗବତ ପାଠ,ଶିବ ମହିମା ଆଦି ପାଠ କରି ଭକ୍ତିପୂର୍ଣ୍ଣ ଭାବରେ ଶିବରାତ୍ରିକୁ ପାଳନ କରାଯାଇଥିଲା।

ସମସ୍ତ ଶୈବପୀଠରେ ସ୍ଥାନୀୟ ପୋଲିସ ପକ୍ଷରୁ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ବ୍ୟାପକ ଦୃଷ୍ଟି ଦିଆଯାଇଥିଲା।

0
0
0
s2sdefault