ହେଡଲାଇନସ୍:

ମାରଓ୍ବାଡି ଯୁବାମଂଚ ସଭାପତି ପଦ :  ପ୍ରଥମଥର ପାଇଁ ଲଢ଼ୁଛନ୍ତି ଜଣେ ମହିଳା ସରିତା ଅଗ୍ରୱାଲ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ମାରଓ୍ବାଡି ଯୁବାମଂଚ ବିଭିନ୍ନ ସମୟରେ ସମାଜସେବା ତଥା ଜନମଙ୍ଗଳକାରୀ କାର୍ଯ୍ୟ କରି ଆସୁଛି । ଦୀର୍ଘ ୩୭ ବର୍ଷ ହେବ ମାରଓ୍ବାଡି ଯୁବାମଂଚ ଓଡ଼ିଶାରେ  ରକ୍ତଦାନ, ଅମୄତଧାରା,ବୃକ୍ଷ ରୋପଣ ତଥା ଅନ୍ୟାନ୍ୟ ସମାଜସେବା ମୂଳକ କାର୍ଯ୍ୟକ୍ରମ କରି ଆସୁଛି । ମାରଓ୍ବାଡି ଯୁବାମଂଚ ପକ୍ଷରୁ ବିଭିନ୍ନ କାର୍ଯ୍ୟକର୍ତ୍ତା ପାଇଁ ନିର୍ବାଚନ ହେବାକୁ ଯାଉଛି । ଚଳିତ ନିର୍ବାଚନରେ ମାରଓ୍ବାଡି ଯୁବାମଂଚର ରାଜ୍ୟ ସଭାପତି ପାଇଁ ଦୁଇଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ନିର୍ବାଚନ ଲଢୁଛନ୍ତି । ସେଥି ମଧ୍ୟରୁ ଜଣେ ମହିଳା । ଦୀର୍ଘ ୩୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପଦ୍ମପୁର ସହରର ସରିତା ଅଗ୍ରୱାଲ ପ୍ରଥମ ମହିଳା ରାଜ୍ୟ ସଭାପତି ପାଇଁ  ନିର୍ବାଚନ ଲଢୁଛନ୍ତି । ଆଗାମୀ ଏପ୍ରିଲ ମାସ ୪ ତାରିଖ ଦିନ କଣ୍ଟାବାଞ୍ଜି ଠାରେ ନିର୍ବାଚନ ହେବ ବୋଲି ମାରଓ୍ବାଡି ଯୁବାମଂଚ ପକ୍ଷରୁ ସୂଚନା ମିଳିଛି । 

0
0
0
s2sdefault