ହେଡଲାଇନସ୍:

କିଟରେ  ୬୯ତମ ବରିଷ୍ଠ  ଜାତୀୟ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ ଉଦ୍‍ଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁ୍‍ରୁଷବର୍ଗରେ ହରିଆନା ଓ ମହିଳାବର୍ଗରେ କେରଳ ଚାମ୍ପିଅନ୍‍

ଭୁବନେଶ୍ୱର : କିଟ୍‍ର ବିଜୁ ପଟ୍ଟନାୟକ ଇନ୍‍ଡୋର ଷ୍ଟାଡିଅମ୍‍ଠାରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ୍‍ ୨୦୨୦-୨୧ଗୁରୁବାର ଉଦ୍‍ଯାପିତ ହୋଇଛି । ଆଜି ଖେଳାଯାଇଥିବା ଫାଇନାଲ୍‍ ମ୍ୟାଚରେ ପୁରୁଷ ବର୍ଗରେ ଆସାମକୁ ହରିଆନା ୩-୦ ସେଟରେ ହରାଇ ଚାମ୍ପିଆନ୍‍ ହୋଇଥିବା ବେଳେ ଆସାମ ରନ୍‍ର ଅପ୍‍ ହୋଇଛି । ସେହିପରି ମହିଳା ବର୍ଗରେ କେରଳ ରେଲୱେକୁ ୩-୨ ସେଟରେ  ହରାଇ ଲଗାତାର ତୃତୀୟ ଥର ଚାମ୍ପିଅନ୍‍ ସହ ହ୍ୟାଟ୍ରିକ  ହାସଲ କରିଛି । ମହିଳା ବର୍ଗରେ ରେଲୱେ ଦ୍ୱିତୀୟ ସ୍ଥାନରେ ରହି ରନ୍‍ରସ ଅପ୍‍ ହୋଇଥିବା ବେଳେ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଥିଲା । ପୁରୁଷ ବର୍ଗରେ କେରଳ ତୃତୀୟ ସ୍ଥାନରେ ରହିଥିଲା । ଭାରତୀୟ ଭଲିବଲ୍‍ ଫେଡେରେସନ(ଭିଏଫଆଇ)ର  ସଭାପତି ତଥା କିଟ  ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଯାପନୀ

ଉତ୍ସବରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଆନ୍‍ସିପ୍‍ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଓଡିଶା ସରକାରଙ୍କ କ୍ରୀଡା, ଯୁବ ବ୍ୟାପାର ଓ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା କ୍ରିକେଟ୍‍ ଆସୋସିଏସନ୍‍(ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି, ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ  ଶରତ ସାହୁ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏଚ. କେ ମହାନ୍ତି କୁଳସଚିବ, ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‍ଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍‍ ଆଡ୍‍ମିନିଷ୍ଟେ୍ରସନ୍‍ ସଦସ୍ୟ ତଥା ଭିଏଫ୍‍ଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ମହାସଚିବ ଅନୀଲ ଚୌଧୁରୀ, ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, ଅଧ୍ୟକ୍ଷ ତଥା ଉପସଭାପତି ଏସ୍‍. ବାସୁଦେବନ୍‍, କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍‍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍ର ସାଧାରଣ ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିଦେ୍ର୍ଧଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଭଲିବଲ୍‍ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷଠାରୁ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ବରିଷ୍ଠ  ଜାତୀୟ ଭଲିବଲ୍‍ ଚମ୍ପିଆନ୍‍ସିପ୍‍ର ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୫୧ହଜାର ଓ ୩୧ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।

ଏଥିପାଇଁ ବିଜେତା ଓ ଉପବିଜେତା ମହିଳା ଦଳ ନିମନ୍ତେ କିସ୍‍ ବିଶ୍ୱବିଦ୍ୟାଳୟ ଓ ପୁରୁଷ  ଦଳ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଆର୍ଥିକ ପୁରସ୍କାର ରାଶି ଯୋଗାଇ ଦେବ ବୋଲି ଶ୍ରୀ ସାମନ୍ତ କହିଥିଲେ । କୌଣସି ଭଲିବଲ୍‍ ପ୍ରତିଯୋଗିତାରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ଭିଏଫ୍‍ଆଇ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ପୁରୁଷ ବର୍ଗରେ ଚାମ୍ପିଅନ୍‍ ହରିଆନା ଦଳକୁ ଚମ୍ପିଅନ୍‍ ଟ୍ରଫି ସହ ୫୧ ହଜାର ଟଙ୍କା ଓ ରନ୍‍ରସ ଅପ୍‍ ଆସାମ ଦଳକୁ ଟ୍ରଫି ଓ ୩୧ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ମହିଳା ବର୍ଗରେ ଚାମ୍ପିଅନ୍‍ କେରଳ ଓ ରନରସ ଅପ୍‍ ରେଲୱେ ଦଳକୁ ଟ୍ରଫି ସହ ଯଥାକ୍ରମେ ୫୧ ହଜାର ଓ ୩୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଚାମ୍ପିଅନ୍‍ସିପରେ  ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଉର୍ଧ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ୍‍ ଯୋଗ ଦେଇଥିଲେ ।

0
0
0
s2sdefault