ହେଡଲାଇନସ୍:

ଝାରସୁଗୁଡ଼ାରେ ଆରମ୍ଭ ହେଲା ଜାତୀୟ ସ୍ତରର ହସ୍ତତନ୍ତ ମେଳା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜିଠାରୁ ଝାରସୁଗୁଡ଼ାର ମନମୋହନ ଏମ ଇ ସ୍କୁଲ ପଡ଼ିଆରେ ଆରମ୍ଭ ହେଲା ଜାତୀୟ ସ୍ତରର ହସ୍ତତନ୍ତ ମେଳା। ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ୫୦ଟି  ଷ୍ଟଲରେ ବିଭିନ୍ନ ରାଜ୍ୟର ବୟନ କଳା ପ୍ରଦର୍ଶିତ ହେବ। 

ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ। ଅନ୍ୟାନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଏସପି ଶ୍ରୀ ବିକାଶ ଚନ୍ଦ୍ର ଦାସ ତଥା ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ। 

ସୂଚନା ଅନୁଯାୟୀ, ୫୦ଟି ଷ୍ଟଲ ମଧ୍ୟରୁ ୨୦ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୩୦ଟି ଷ୍ଟଲ ବାହାର ରାଜ୍ୟର ବୟନ ଶିଳ୍ପ ପାଇଁ ରଖାଯାଇଛି। ଏହାବ୍ୟତୀତ, ସ୍ବତନ୍ତ୍ର ମଣ୍ଡପରେ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବୁଣାକାରମାନଙ୍କ ପ୍ରସ୍ତୁତ ବସ୍ତ୍ର ପ୍ରଦର୍ଶିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।ଓଡ଼ିଶାର ବାନ୍ଧବସ୍ତ୍ର, ପଶ୍ଚିମବଙ୍ଗର ଜାମଦାନୀ ଓ ଟାଙ୍ଗାଇଲ, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକନକାରୀ, ଜାମ୍ମୁକାଶ୍ମୀରର ପଶ୍ମିନା ଶାଲ, ତାମିଲନାଡୁର କାଞ୍ଜିବରମ ତଥା ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ କର୍ଣ୍ଣାଟକର ମଧ୍ୟ ବୟନ ଶିଳ୍ପ ପ୍ରଦର୍ଶିତ ହେବ। 

ଏହି ଆୟୋଜନରେ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

0
0
0
s2sdefault