ଭୁବନେଶ୍ୱର: ଯେତେବେଳେ କୋଭିଡ-୧୯ ମହାମାରୀ ତାର ତାଣ୍ଡବ ରଚାଇ ଚାଲିଥିଲା, ସେତେବେଳେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ୧୯ ବର୍ଷିୟ ମାନସୀ ବରିହା ଏକ ଜଟିଳ ପରିସ୍ଥିତିର ସାମ୍ନା କରିଥିଲେ । ତାମିଲନାଡ଼ୁର ଏକ ଇଟା କାରଖାନାରେ ସେ କାର୍ଯ୍ୟ କରୁଥିବା ବେଳେ ସେହି କାରଖାନାର ମାଲିକ ତାଙ୍କୁ ଘରକୁ ଫେରିବାକୁ ସିଧା ସଳଖ ମନା କରିଦେଇଥିଲା ।
ସେ କେବଳ ଏକା ନଥିଲେ ତାଙ୍କ ପରିବାର ସମେତ ଅନ୍ୟ ୩୫୫ ଜଣ ଦାଦନ ଶ୍ରମିକ ଏ ଭଳି ପରିସ୍ଥିତିରେ ପଡ଼ିଯାଇଥିଲେ । ସେମାନେ ସମସ୍ତେ ଘରକୁ ଫେରିବାକୁ ଚାହୁଁଥିବା ବେଳେ ତାଙ୍କୁ ଜୋର୍ ଜବରଦସ୍ତ ଅଟକ କରାଯାଇଥିଲା । ତାଙ୍କ ଦୁର୍ଦ୍ଧଶା କେବଳ ଏତିକିରେ ସୀମିତ ନଥିଲା । ଏଥି ସହିତ ସେମାନଙ୍କୁ ନିୟମିତ ନିର୍ଯାତନା ମ୍ମ ଦିଅ ।ଯାଉଥିଲା ।
ତେବେ ସାହାସିକତାର ସହ ଏକ ଦୃଢ଼ ପଦକ୍ଷେପ ନେଇ ମାନସୀ ଏହି ଦାଦନ ଶ୍ରମିକମାନଙ୍କୁ ଦିଅ ।ଯାଉଥିବା ନିର୍ଯାତନାର ଭିଡ଼ିଓ ପ୍ରସ୍ତୁତ କରି ମୋବାଇଲ ଫୋନ ଜରିଅ ।ରେ ବିଭିନ୍ନ ସାମାଜିକ କର୍ମୀଙ୍କୁ ପଠାଇଥିଲେ । ଏହି ସାମାଜିକ କର୍ମୀମାନେ ଦାଦନ ଶ୍ରମିକମାନଙ୍କୁ ଫେରାଇ ଅ ।ଣିବା ପାଇଁ ସରକାରୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଯାହା ‘ଳରେ ସରକାରଙ୍କ ତର‘ରୁ ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡ଼ୁ ଯାଇ ସେହି ଇଟା କାରଖାନା ମାଲିକଙ୍କ ଦ୍ୱାରା ବନ୍ଧକ ଥିବା ପ୍ରାୟ ୬ ହଜାର ୭୫୦ଜଣ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ମାନସୀଙ୍କ ଉଦ୍ୟମ ଯୋଗୁଁ ହିଁ ଏହି ଶତାଧିକ ଶ୍ରମିକମାନେ ନିଜ ଜୀବନ ବଞ୍ଚାଇ ପାରିଥିଲେ ।
ବଲାଙ୍ଗୀର ଜିଲ୍ଲାର ଅ।ଦିବାସୀ ଝିଅ ସ୍ୱାଗତିକା କୁଅଁର ବିଭିନ୍ନ ଫ୍ୟାସନ୍ ଶୋ’ରେ ବିଜୟୀ ହେବା ସହ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବାର ସଫଳତା ସାଉଁଟିଛନ୍ତି । ରାଜନୀତି ବିଜ୍ଞାନର ଛାତ୍ରୀ ବଲାଙ୍ଗୀର ବଲିଉଡ ପର୍ଯ୍ୟନ୍ତ ଦୀର୍ଘ ରାସ୍ତା ଅତିକ୍ରମ କରି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି ।
ଗଞ୍ଜାମ ଜିଲ୍ଲାର ଏକ ଚାଷୀଙ୍କ ଝିଅ ପ୍ରମିଳା କ୍ରିଶାନୀ ଦାରିଦ୍ରତା ସତ୍ତେ୍ୱ ଭାରତ ପାଇଁ ଗର୍ବ ଓ ଗୌରବ ଅ ।ଣିଛନ୍ତି । ପ୍ରମିଳା ୱାର୍ଲ୍ଡ ଏସିଅ ।ନ୍ ଓ କମନୱେଲଥ୍ ଚାମ୍ପିୟନଶିପରେ ଭାରଉତ୍ତୋଳନ ପ୍ରତିଯୋଗିତାରେ ୧୦ଟି ଅ।ନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି ।
ଦୈନିକ ଓଡ଼ିଅ । ସମ୍ବାଦପତ୍ର ପ୍ରମେୟ, ନିୟୁଜ୍ ଚ୍ୟାନେଲ ନୁ୍ୟଜ୍-୭ ଓ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଅ।ଣ୍ଡ୍ ରେଷ୍ଟୋରେଶନ ଅଫ ଏନ୍ସିଏଣ୍ଟ୍ କଲ୍ଚର ଅ।ଣ୍ଡ ହେରିଟେଜ୍ ଅଫ ଇଣ୍ଡିଅ । (ପ୍ରାଚୀନ) ପକ୍ଷରୁ ମିଳିତ ଭାବେ ଅନ୍ତର୍ଜାତୀୟ ମହିଳା ଦିବସ ଅ ।ନୁକୂଲ୍ୟରେ ଅ ।ୟୋଜିତ ସ୍ୱତନ୍ତ୍ର ଉତ୍ସବ “ୱିମେନ୍ ଅ ।ଚିଭରସ୍ ଅଫ ଓଡ଼ିଶା’ (ୱାଓ) କାର୍ଯ୍ୟକ୍ରମରେ ମାନସୀ, ସ୍ୱାଗତିକା ଓ ପ୍ରମିଳାଙ୍କ ଭଳି ୧୪ ଜଣ ସାହାସୀ ଓ ସ‘ଳ ଓଡ଼ିଅ । ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଏମାନଙ୍କ ବ୍ୟତୀତ ଶିକ୍ଷାକ୍ଷେତ୍ରରେ ଡାକ୍ତର ଦେବସ୍ମିତା ସାହୁ, କୃଷି ଗବେଷଣା କ୍ଷେତ୍ରରେ ଡ. ସୁଶମା ସୁଧଶ୍ରୀ, ସାହିତ୍ୟ କ୍ଷେତ୍ରରେ ଶ୍ରୀମତୀ ବସିରନ୍ ବିବି, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀମତୀ ହିମାନୀ ସାହୁ, ପାରା ଅ ।ଥଲେଟ୍ ଶ୍ରୀମତୀ ଜୟନ୍ତୀ ବେହେରା, ଲୋକ ପାଇଲଟ୍ ଶ୍ରୀମତୀ ମମତା ସାହୁ, ସାପ ଉଦ୍ଧାରକାରିଣୀ ଶ୍ରୀମତୀ ସିଲ୍କା ସେଲୋନୀ, ସଂଗୀତ କ୍ଷେତ୍ରରେ କୁମାରୀ ଅନୁରାଧା ପାଣିଗ୍ରାହୀ, ନୃତ୍ୟ କ୍ଷେତ୍ରରେ ଏସ୍. ସ୍ୱୟଂପ୍ରଭା, ଫ୍ୟାସନ କ୍ଷେତ୍ରରେ ଶ୍ରମତୀ ରିତାରାଣୀ ଜାନି ଏବଂ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଶ୍ରୀମତୀ ଉଷା ପୁରୋହିତଙ୍କୁ ସମ୍ମାନୀତ କରାଯାଇଛି ।
୬୪ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ଏହି ୧୪ ଜଣଙ୍କୁ ୪ ଜଣିଅ । ସ୍ୱତନ୍ତ୍ର ବି•ରକ ମଣ୍ଡଳୀର ସଦସ୍ୟ ଚୟନ କରିଥିଲେ । ଏହି •ରି ଜଣ ବି•ରକ ହେଉଛନ୍ତି ଲେଖିକା ଡ. ଭାଗ୍ୟଲିପି ମଲ୍ଲ, ଗାୟିକା ଓ ଲେଖିକା ଶ୍ରୀମତୀ ଛନ୍ଦା ମିଶ୍ର, ଗାୟିକା ଶ୍ରୀମତୀ ସୁସ୍ମିତା ଦାଶ ଓ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଅ।ନା ସିତାରିଷ୍ଟି । ଯେତେବେଳେ ଅ।ମେ ଚୟନକାର୍ଯ୍ୟ ଅ।ରମ୍ଭ କରିଥିଲୁ, ସେତେବେଳେ ଅ ।ଶ୍ଚର୍ଯ୍ୟ ହୋଇଥିଲୁ ଯେ ଓଡ଼ିଶାରେ ମହିଳାମାନେ ଏତେ ସଂଖ୍ୟାରେ ଉଚ୍ଚକୋଟିର କାର୍ଯ୍ୟ କରିଛନ୍ତି ବୋଲି । ତେବେ ଏମାନଙ୍କ ମ୍ମରୁ କିଛି ଜଣଙ୍କୁ ଅ ।ମକୁ ଚୟନ କରିବାକୁ ପଡ଼ିଲା ବୋଲି ଡ. ମଲ୍ଲ କହିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, କଟକ-ଭୁବନେଶ୍ୱର ପୋଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ପ୍ରସିଦ୍ଧ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି, ସାମାଜିକ କର୍ମୀ ଡ.ଶ୍ରୁତି ମହାପାତ୍ର, ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା, କ୍ରୀଡ଼ାବିତ୍ ଭାଲେନା ଭାଲେଣ୍ଟିନା ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବକ୍ତବ୍ୟ ରଖିଥିଲେ ।
ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୋଅ। କୂଳପତି ପ୍ର ଅଶୋକ କୁମାର ମହାପାତ୍ର, ଭୁବନେଶ୍ୱର ମ୍ମ ଓ ଉତ୍ତର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଶ୍ରୀ ସୁଶାନ୍ତ ରାଉତ, ମହିଳା କମିଶନ ଅଧ୍ୟକ୍ଷା ଡ.ମିନତୀ ବେହେରା, ଶିଶୁ ସୁରକ୍ଷା ଅ ।ୟୋଗ ଅ୍ମକ୍ଷା ସଂଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ମଙ୍ଗଳ ବିଭାଗ ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ଯୋଗ ଦେଇଥିଲେ ।
ନିଜ ବକ୍ତବ୍ୟରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ, ମହିଳା ଉପରେ ହେଉଥିବା ନିର୍ଯାତନାକୁ ରୋକିବା ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସର୍ବଦା ଚେଷ୍ଟିତ । ମହିଳାଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କୁ ଧରିବା ପୋଲିସ ପକ୍ଷରୁ ଖୁବ୍ ସହଜ ବୋଲି ସେ କହିଥିଲେ ।
ଡ. ମହାନ୍ତି କହିଥିଲେ ଯେ, କରୋନା ମହାମାରୀ ଲୋକମାନଙ୍କୁ ନିରବତାର ମହତ୍ତ୍ୱ ଶିଖାଇଛି ଏହି ସମୟରେ ପବନ ଦ୍ୱାରା ସୃଷ୍ଟି ହୋଇଥିବା ସଂଗୀତ ଏବଂ ଚଢେ଼ଇଙ୍କ କୋଳାହୋଳ ଶୁଣିପାରିବାର ସୁଯୋଗ ପାଇଛୁ । ଯାହାଅ।ମେ ପୂର୍ବରୁ ପାଇ ପାରୁ ନଥିଲୁ ।
ସୋଅ। ପରିଚାଳିତ ପ୍ରାଚୀନର ମୁଖ୍ୟ ଡ. ପଣ୍ଡା କହିଥିଲେ ଯେ ଦେଶର ପୁରାତନ ସଂସ୍କୃତି ଓ ପରମ୍ପରାର ରକ୍ଷଣାବେକ୍ଷଣ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତି କରାଇବା ନେଇ ପ୍ରାଚୀନ ଅ ।ରମ୍ଭ କରାଯାଇଛି । ୧୫୦୦-୧୬୦୦ ଖ୍ରୀଷ୍ଟାବ୍ଦ ମ୍ମରେ ପୂରାତନ ଓଡ଼ିଅ। ସାହିତ୍ୟ ସମେତ ଶାରଳା ମାହାଭାରତର ଡିଜିଟାଇଜେସନ୍ ନିମନ୍ତେ କାର୍ଯ୍ୟ କରାଯାଉଅଛି ବୋଲି ସେ କହିଥିଲେ ।
ବର୍ଷା ପ୍ରିୟଦର୍ଶିନ କରିଥିଲେ ମହିଳା ମାନେ ସମାଜରେ ଅନ୍ୟାୟକୁ ବରାଦାସ୍ତ କରିବା ଉଚିତ୍ ନୁହେଁ, ବରଂ ପ୍ରତିବାଦ କରିବା ଉଚିତ୍ । ମହିଳାମାନେ ପରସ୍ପରକୁ ସମ୍ମାନ କରିବା ଉଚିତ ବୋଲି ସେ କହିଥିଲେ ।
ୱାଓ ଅ।ୱାର୍ଡ ପ୍ରତ୍ୟେକ ବର୍ଷ ଅୟୋଜନ କରାଯିବ ବୋଲି ପ୍ରମେୟ ଓ ନ୍ୟୁଜ-୭ର ଗ୍ରୁପ ଏଡିଟର ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଏହି ଅବସରରେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ସୁମା ରିୟଲ ମିଡ଼ିଅ । ପ୍ରାଇଭେଟ୍ ଲିମିଟେଡ୍ର ସିଇଓ ଶ୍ରୀ ସୁନିଲ ଦାସ, ଗ୍ରୁପ୍ ଡାଇରେକ୍ଟର, ସେଲ୍ସ୍ ଏବଂ ମାର୍କେଟିଂ (ପ୍ରମେୟ ଏବଂ ନ୍ୟୁଜ-୭) ଶ୍ରୀ ହିମାଂଶୁ ହୋତା, ସୋଅ । ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ, ପ୍ରମେୟର ନ୍ୟୁଜ ଏଡିଟର ଧୀରେନ୍ଦ୍ର ନାରାୟଣ ମିଶ୍ର, ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ, କନ୍ସଲ୍ଟିଂ ଏଡିଟର (ଡିଜିଟାଲ), ପ୍ରମେୟ-ନ୍ୟୁଜ-୭ ଗ୍ରୁପ ଶ୍ରୀ ସୁବ୍ରତ ଦାସ, ପ୍ରମେୟର ଚିଫ ଅଫ ବ୍ୟୁରୋ ଶ୍ରୀ ଦେବେନ୍ଦ୍ର ସୁଅ।ର, ଡିଜିଏମ୍ ସର୍କୁଲେସନ ଶ୍ରୀ ଗଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।