ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ  ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା କରି ଦ୍ରୁତଗତି--ମହା ବିପତ୍ତି  ଏହାକୁ ଖାତିର ନକରି ବାଇକ ଓ ଚାରି ଚକିଆ ଗାଡିର ଚାଳକ ମାନେ ମଦ୍ୟପାନ କରି ବେପାରୁଆ ଭାବେ ଡ୍ରାଇଭିଂ କରୁଥିବା ଯୋଗୁଁ ଦୁର୍ଘଟଣା ଘଟୁଛି । ଏହାକୁ ହ୍ରାସ ଓ ନିୟନ୍ତ୍ରଣ ପାଇଁ ରାସ୍ତାର ଦୁର୍ଘଟଣା ପଏଣ୍ଟ ମାନ ଦେଖି ସଚେତନତା ସଙ୍କେତ ରଖାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । 

ଗଜପତି ଜିଲ୍ଲାପାଳ ତଥା କମିଟିର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ଉପସ୍ଥିତ ରହି କୋଭିଡ୍ ସମୟରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କଟକଣା ଚାଲିଥିବା ବେଳେ ସଡକ ଦୁର୍ଘଟଣା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇ ଦୀର୍ଘଦିନ ଧରି ଏହା ନିୟନ୍ତ୍ରଣରେ ଥିଲା , ତେବେ ଏହି କଟକଣା ଉଠିଯିବା ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଏଥିରେ ମୃତାହତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ହ୍ରାସ ଓ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସହ ଅମାନିଆ ଓ ସଡକ ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ।

 ଭାରପ୍ରାପ୍ତ ଆରଟିଓ: ତଥା ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ , ସଡକ ଦୁର୍ଘଟଣା ଓ ଏଥିରେ ମୃତାହତ ସଂଖ୍ୟା ତଥ୍ୟ ଓ ସଡକ ଦୁର୍ଘଟଣା ରୋକାଯିବା ଦିଗରେ ନିଆ ଯାଉଥିବା ପଦକ୍ଷେପ ପ୍ରଭୃତି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । 

ଏହି କମିଟି ବୈଠକ କାର୍ଯ୍ୟକ୍ରମରେ ରାସ୍ତା ଓ କୋଠାବାଡି ନିର୍ମାଣ , ଜାତୀୟ ସଡକ ଓ ଆରଡ଼ି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ , ପୋଲିସ ଅଧିକାରୀ , ପୌରପରିଷଦର ନିର୍ବାହୀ ଅଧିକାରୀ ସମେତ ବିଭିନ୍ନ  ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault