ଶାନ୍ତନୁ କୁମାର ପାଢୀ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏସ୍ .ପି. ଭାବେ ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ତି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ ମାର୍ଚ୍ଚ ୧ ତାରିଖରେ ଶାନ୍ତନୁ କୁମାର ପାଢୀ ଏ.ଏସ୍ .ପି.ରୁ ପଦୋନ୍ନତି ପାଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏସ୍ .ପି. ଭାବେ ନିଯୁକ୍ତି ପାଇଛନ୍ତି। ପାରଳାଖେମୁଣ୍ତିର ସହରର ସୁନାମ-ଧନ୍ୟ ଆଇନଜୀବି ସ୍ବର୍ଗତ ଗୋପିନାଥ ପାଢୀଙ୍କ ସୁପୁତ୍ର ଶାନ୍ତନୁ କୁମାର ପାଢୀ ଶିକ୍ଷାଗତ ଯୋଗ୍ୟତା ଏମ୍ .କମ୍ । ପରେ ନିଜର କର୍ମମୟ ଜୀବନ ପୋଲିସ ଏସ୍:ଆଇ ଭାବେ ଆରମ୍ଭ କରନ୍ତି ୧୯୮୪ ମସିହାରେ ।  ଶ୍ରୀ ପାଢ଼ୀ ତାଙ୍କ କର୍ମମୟ ଚାକିରୀ ଜୀବନ କାଳରେ ସେ , ଗଞ୍ଜାମ , କନ୍ଧମାଳ , ବଉଦ ,  ନବରଙ୍ଗପୁର , ନୂଆପଡା ପ୍ରଭୃତି ଜିଲ୍ଲା ମାନଙ୍କରେ ସଫଳତାର ସହ କାର୍ଯ୍ୟକରି ୨୦୦୩ ମସିହାରେ ଇନିସ୍ପେକ୍ଟର ପଦବୀରେ ଅଳଂକ୍ରୁତ ହୋଇଥିଲେ । 

ଆଦିବାସୀ ଅଧୂଷିତ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ନିଜର ଶ୍ରେଷ୍ଠ ନିଦର୍ଶନ ପରେ ୨୦୧୧ ମସିହାରେ ଡିଏସପି:  ପଦବୀ ଭାବେ ପଦୋନ୍ନତି ପାଇ ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତି ପାଇଥିଲେ । 

୨୦୧୮ ମସିହାରେ ପୋଲିସ ବିଭାଗରୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇ ଏ .ଏସ୍ .ପି. ଭାବେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ନିଯୁକ୍ତି ପାଇଥିଲେ ।ଏହି ସମୟରେ ଶ୍ରୀ ପାଢୀ , ବିଭିନ୍ନ ସ୍ଥାନ ଯଥା ଗଞ୍ଜାମ , ଗଜପତି କନ୍ଧମାଳ ପ୍ରଭୃତି ଜିଲ୍ଲା ମାନଙ୍କରେ ଚଢାଉ କରି ଦୂର୍ନିତୀ ସଂପ୍ରୁକ୍ତ ଅଧିକାରୀ ତଥା ବ୍ୟକ୍ତି ବିଶେଷ ମାନଙ୍କ ମୁଖା ଖୋଲିବାରେ ସଫଳ ହେବା ସହ ନିଜର ଶ୍ରେଷ୍ଠ ଭୂମିକା ପ୍ରତିପାଦନ କରିବାରେ ବେଶ ସହାୟକ ହୋଇ ପାରିଛନ୍ତି ।

 ଯାହାର କି ଫଳ ସ୍ୱରୂପ  ଚଳିତ ମାର୍ଚ୍ଚ ପହିଲାରୁ ଏସପି:- ଭିଜିଲାନ୍ସ ଭାବେ ପଦୋନ୍ନତି ପାଇ ନିଜ କାର୍ଯ୍ୟାଳୟ ବ୍ରହ୍ମପୁର ଡିଭିଜନରେ ନୂତନ କର୍ମମୟ ଜୀବନ ଆରମ୍ଭ କରିଛନ୍ତି ।  ଏମିତିକି , ଶ୍ରୀ ପାଢ଼ୀ ଏହି ପଦବୀରେ ନିଯୁକ୍ତି ପାଇବାର ୨୪ ଘଣ୍ଟା ମଧ୍ଯରେ ନିଜର ଶ୍ରେଷ୍ଠ ନିଦର୍ଶନ ସ୍ବରୂପ ଗଜପତି ଜିଲ୍ଳାର ରାୟଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଦୂର୍ନୀତିରେ ସଂପ୍ରୁକ୍ତ ୨ କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ରଖିଥିବା  ଅଭିଯୋଗ ପ୍ରକାରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରି ଦୁର୍ନୀତି-ଖୋର ଯନ୍ତ୍ରୀ ସେନାପତିଙ୍କୁ ଜେଲ ପଠାଇବାରେ ସକ୍ଷମ ହୋଇପାରିଛନ୍ତି।

 ନିଜ ପ୍ରତିକ୍ରିୟାରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ,   ସାଧୁତାକୁ ସେ ପ୍ରାଧାନ୍ୟ ଦେବା ସହ ସମ୍ମାନ  ଦିଅନ୍ତି । କିନ୍ତୁ ଅସାଧୁ ତଥା ଦୂର୍ନିତୀ ସଂପ୍ରୁକ୍ତ ବ୍ୟକ୍ତି ବିଶେଷଙ୍କୁ ଦଣ୍ତ ଦେବା ପାଇଁ ସେ କେବେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ । 

ଆଜି ଏହିଭଳି ଜଣେ ଦକ୍ଷ ପୋଲିସ ପ୍ରଶାସକଙ୍କୁ ପାଇ ଗଜପତି ଜିଲ୍ଳା ତାର ଗୌରବ ଓ ଗାରିମାକୁ ସମ୍ପୂର୍ଣ୍ଣ ଭାବେ ଅକ୍ଷୁର୍ଣ୍ଣ ରଖିପାରିଛି ।  ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟର ନୂତନ ଉଚ୍ଚ ପଦବୀରେ ନିଯୁକ୍ତି ପାଇବା ପରେ ପରେ ଏହିଭଳି ଦୁର୍ନୀତିରେ ବୁଡି ରହିଥିବା ଯନ୍ତ୍ରୀଙ୍କୁ ଧରି ଦଣ୍ଡ-ବିଧାନ କରିଥିବା ଭଳି ପ୍ରଥମ ଝଲକର ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ଶ୍ରୀ ପାଢ଼ୀଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ବାର୍ତ୍ତା ମିଲିବାରେ ଲାଗିଛି ।

0
0
0
s2sdefault