ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା  ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । 

ପ୍ରଥମେ ସେ  ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନବନିର୍ମିତ ବ୍ରୋଞ୍ଜ ପ୍ରତିମୂର୍ତ୍ତୀକୁ ଉଦ୍‌ଘାଟନ କରିଥିଲେ । ପରେ  ସେ ଭକ୍ତକବି ଗୋପାଳକୃଷ୍ଣ ପାଠାଗାରରେ ଭକ୍ତକବି ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତକବିଙ୍କ ନାମରେ ନାମିତ ଇ-ଲାଇବ୍ରେରୀର ନୂତନ କୋଠାଗୃହର ଉଦଘାଟନ କରିଥିଲେ । ପରେ ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଶଙ୍କୁରୀ ବନ୍ଧ  ନିକଟରେ ନବନିର୍ମିତ ଶୌଚାଳୟ , ଲକ୍ଷ୍ମୀନଗର ପ୍ରଥମ ଲାଇନରେ ଗ୍ରୀନଫିଲ୍ଡ ଏଲ୍‌ଇଡି ଲାଇଟ ସାହି ଆଲୋକିକରଣ , ହାଟପଦା ଠାରେ ନୂତନ ମାର୍କେଟ କମ୍ପେ୍ଲକ୍ସର ନବନିର୍ମିତ କୋଠା , ୨-ନମ୍ବର ୱାର୍ଡ  କୁମ୍ଭାର ସାହି, ପରିଚିତ ଗୃହ , ୧-ନମ୍ବର ୱାର୍ଡ ଝାଡୁଦାର କଲୋନୀରେ ପରିଚିତ ଗୃହ , ୧-ନମ୍ବର ୱାର୍ଡ  ଶବର ସାହିରେ ପରିଚିତ ଗୃହ , ବେତାଗୁଡା ଠାରେ ନବନିର୍ମିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ , ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଠାରେ ଏଲ୍‌ଏସ୍‌ଡିଏ ତରଫରୁ ନବନିର୍ମିତ ସୂଚନା ଓ ସଂସ୍କୃତି କେନ୍ଦ୍ର ଆଦିର ଶୁଭ ଉଦ୍‌ଘାଟନ କରିଥିଲେ ସଂସଦ ଶ୍ରୀ ସାହୁ  । 

ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ , ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପାରଳା ବିଧାୟକ କେ.ନାରାୟଣ ରାଓ , ପାରଳା ପୌରପରିିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଜିଲ୍ଲା କ୍ରୀଡା ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରୀପାଠି, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସମେତ ବହୁ ବୃଦ୍ଧିଜୀବି ଓ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ ।

0
0
0
s2sdefault