ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ତପସ୍ବିନୀ ପେକ୍ଷାଲୟ ଠାରେ ଆୟୋଜିତ ସମାରୋହରେ ସମ୍ବଲପୁର ଜିଲ୍ଲା ର ୯ ଗୋଟି ବ୍ଳକର ୨୦୦ ଜଣ ଆଶା ଓ ଗାଁ କଲ୍ୟାଣ ସମିତି ର ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ । ଏହି ଜିଲ୍ଲା ସ୍ତରୀୟ ସମ୍ବିଲନୀ ରେ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକସେନା , ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ପ୍ରକଳ୍ପ ନିଦ୍ଦେର୍ଶକ ସୁକାନ୍ତ ତ୍ରିପାଠୀ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭରତ ଦାଶ, ଡିଏସଡ୍ଲୁ ଗୀତାଞ୍ଜଲି ମହାପାତ୍ର,ବିପିଏମ ମୌସୁମି ମିଶ୍ର, ଏଡିଏମ୍ଓ ଡାକ୍ତର କୁବେର ମହନ୍ତ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲା ର ଆଶା ଓ ଗାଁ କଲ୍ୟାଣ ସମିତି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଏଥିସହ କୋଭିଡ ପରିସ୍ଥିତି ରେ ମଧ୍ୟ ସବୁ ଆଶା ଓ ଗାଁ କଲ୍ୟାଣ ସମିତି ର କାର୍ଯ୍ୟ ର ପ୍ରଶଂସା କରିଥିଲେ ।
ଏହି ଜିଲ୍ଲା ସମ୍ବିଳନି ରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଜିଲ୍ଲା ର ବହୁ ଆଶା, ଆଙ୍ଗନବାଡି , ଗାଁ କଲ୍ୟାଣ ସମିତି ର ସଭ୍ୟ ସଭ୍ୟା ମାନଙ୍କୁ ପୁରସ୍କୃତ କରାଯାଇଥିଲା ସହ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ରାଜାରାମ ଷଡଙ୍ଗୀଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।
ରକ୍ତଦାନ ଶିବିରରେ ଆୟୋଜନ ପାଇଁ ମେଘମାଳ ସରପଞ୍ଚ ମମତା ପ୍ରଧାନଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶାସ୍ବତ ତ୍ରିପାଠୀ ଏବଂ ଦେବି ରାଣୀ ସହ ଆଶା ଓ ଅଙ୍ଗୱାଡି କର୍ମୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।