ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲୋକ ସେବା ଦିବସ ଓ ପଞ୍ଚୟାତରାଜ ଦିବସରେ ରାଜ୍ୟ ସରକାରଙ୍କ ମୋ ସରକାର ଅଭିଯାନ ତରଫରୁ ମୋ ସେବା କେନ୍ଦ୍ର ପାରଳାଖେମୁଣ୍ଡି ସ୍ଥିତ ୫ ନମ୍ବର ୱାର୍ଡର ବଡଦାଣ୍ଡ ସାହିରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭରଚୁଆଲି ମାଧ୍ୟମରେ ଉଦଘାଟନୀ କାର୍ଯ୍ୟକ୍ରମ କରାଯାଇଛି । ଏହା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପଣ୍ଡିଆନ ଉପସ୍ଥିତ ରହିଥିଲେ । ମୋ ସେବା କେନ୍ଦ୍ର ଏଣିକି ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ଓ ସୁଯୋଗ ଯୋଗାଇଦେବ ।
ଜନସାଧାରଣ ମାନେ ନିଜର ସାର୍ଟିଫିକେଟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ନ ଯାଇ ନିକଟସ୍ଥ ମୋ ସେବା କେନ୍ଦ୍ରକୁ ଯାଇ ନିର୍ଦ୍ଦିଷ୍ଟ ବ୍ୟୟ ପ୍ରଦାନ କରି ସରକାରୀ ସେବାର ଲାଭ ପାଇପାରିବେ। ଆଜି ଏହା ଜିଲ୍ଲାର ସଦର ମହାକୁମାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ଲକ ଓ ପଞ୍ଚୟାତ ସ୍ତରରେ ହେବ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ,ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।