ଭୁବନେଶ୍ୱର( ଶାସକ ପ୍ରଶାସକ) : କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ | ଆଉ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ କରିବ ଆର୍ସେଲର ମିତ୍ତଲ- ନିପନ ଷ୍ଟିଲ ଲିମିଟେଡ଼(ଏଏମଏନଏସ) | ୫୦ ହଜାର କୋଟିର ପୁଞ୍ଜି ନିବେଶରେ ୧୨ ନିୟୁତ ଟନ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଏମଏନଏସ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲଙ୍କ ଉପସ୍ଥିତିରେ ଏଏମଏନଏସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି |
ଆଜି ଏହି ବୁଝାମଣାପତ୍ର ସ୍ଵାକ୍ଷର ପୂର୍ବରୁ ସକାଳେ ଆର୍ସେଲର ମିତ୍ତଲ- ନିପନ ଷ୍ଟିଲ ଅଧ୍ୟକ୍ଷ ଶ୍ରୀ ମିତ୍ତଲ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ | ଓଡ଼ିଶାରେ ରହିଥିବା ଓ ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ |