ବାରିପଦା,(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ଏ ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ସମବାୟବିତ୍, ପ୍ରବୀଣ ସାମ୍ବାଦିକ, ସମାଜସେବୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତଃ ବିମଳ ଲୋଚନ ଦାସଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞଳୀ ସଭା ପ୍ରତିଷ୍ଠାନର ସଭାପତି ଡା.ପାର୍ଥ ସାରଥୀ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ପା୍ରରମ୍ଭରେ ପ୍ରତିଷ୍ଠାନର ସମ୍ପାଦକ ତଥା ସାହିତ୍ୟିକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ ବିମଳ ବାବୁଙ୍କ ତ୍ୟାଗପୂତ ଜୀବନ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଉଲ୍ଲେଖ କରିଥିଲେ ଉକ୍ତ ସଭାରେ ମୟୂରଭଞ କେନ୍ଦ୍ରସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ତଥା ଜନନେତା ରାଜକିଶୋର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିମଳ ବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଳାଙ୍ଗୀ ମହୋତ୍ସବର ସମ୍ପାଦକ ଶରତ ଚନ୍ଦ୍ର ନାୟକ ସାମ୍ବାଦିକ ସଞୟ କୁମାର ଚୌଧୁରୀ ,କବି ବିଷ୍ଣୁ ଶତପଥୀ, ସୁକାନ୍ତ କୁମାର ଜୀଉ, ଦୀପକ କୁମାର ନାୟକ, ସମାଜସେବୀ ମୁରାରିଲାଲ ଶର୍ମା, ଶିକ୍ଷାବିତ ଡ.ଶ୍ୟାମସୁନ୍ଦର ଦାସ, ବରିଷ୍ଠ ନାଗରିକ ବୈଦ୍ୟନାଥ ରଥ, ରାଜନେତା ଛୋଟେଲାଲ ମହାନ୍ତ, ନରୋତ୍ତମ ପାଣିଗ୍ରାହୀ, କବି ପ୍ରଦୀପ ମହାନ୍ତି, ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ପ୍ରମୁଖ ସ୍ମୃତିଚାରଣ କରି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞଳି ଅର୍ପଣ କରିଥିଲେ । ସଭାପତି ଡା.ଜେନା ଗୀତାର ବିଭିନ୍ନ ଉଦାହରଣ ଦେଇ ତାଙ୍କ ଜୀବନ ଶୈଳୀର ଉପାଦେୟତା ସଂପର୍କରେ ଏକ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୋଳ ଗୋବିନ୍ଦ ଦାଶ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଅଚ୍ୟୁତ ପ୍ରସାଦ ମହାପାତ୍ର, ଅମିତାଭ ମିଶ୍ର, ଅଭିଷେକ ଯାଦବ ପ୍ରମୁଖ ପରିଚାଳନା କରିଥିଲେ ପରିଶେଷରେ ଆଶିଷ କୁମାର ବସା ଧନ୍ୟବାଦ ଅର୍ପଣ କରିଥିଲେ ।