ହେଡଲାଇନସ୍:

ରୌଦ୍ରତାପ ଭୟ : କ୍ଲାସ ଟାଇମିଂ ବଦଳାଇଲା  କେନ୍ଦ୍ରୀୟ ବିଦ୍ୟାଳୟ-୧ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-06-18-kv.jpg - 119.92 kB

ଭୁବନେଶ୍ୱର(ମାନସୀ ମିଶ୍ର ) : ରାଜ୍ୟରେ ମୌସୁମୀ ଧୋକା ଦେଇଥିବା କାରଣରୁ ଦେଖାଦେଇଥିବା ରୋୖଦ୍ରତାପ ଆଶଙ୍କାରେ ରାଜ୍ୟ ସରକାର ଖରା ଛୁଟି ବଢ଼ାଇ ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ -୧ ଭୁବନେଶ୍ୱର ତାହାର ପୂର୍ବ ଧାର୍ଯ୍ୟ କ୍ଲାସ ଟାଇମିଂ ବଦଳିଛି | କେନ୍ଦ୍ରୀୟ ବିଦ୍ୟାଳୟରେ ଖରା ଛୁଟି ୩୧ ମେରେ ଖୋଲି ଯାଇଥିବା ବେଳେ ସାକାଲୁଆ ଶ୍ରେଣୀ ଜାରି ରହିଥିଲା | ହେଲେ ଜୁନ ୧୮ ତାରିଖରୁ କେନ୍ଦ୍ରୀୟ ବିଦ୍ୟାଳୟ-୧ ଭୁବନେଶ୍ୱର ତାହାର କ୍ଲାସ ଟାଇମିଂକୁ ନିୟୋନିତା କରିବା ପାଇଁ ନୋଟିସ ଜାରି କରିଥିଲା | ସକାଳ ସିଫ୍ଟ ସକାଳୁ ସାଢେ ୧୨ ତା ପର୍ଯ୍ୟନ୍ତ ଓ ଦ୍ଵିତୀୟ ସିଫ୍ଟ ସାଢେ ୧୨ରୁ ଅପରାହ୍ନ ପର୍ଯ୍ୟନ୍ତ ହେବାର ଥିଲା |  

ହେଲେ ଗତକାଲି ଶିକ୍ଷା ସଚିବଙ୍କ ଘୋଷଣା ପରେ "ଶାସକ ପ୍ରଶାସକ.କମ" ପକ୍ଷରୁ ସ୍କୁଲର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ମିଶ୍ରଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଯଦି ପାଣିପାଗ ବିଭାଗର ସତର୍କ ସୂଚନା ଆଧାରରେ ରାଜ୍ୟ ସରକାର ଏଭଳି ନିର୍ଦ୍ଦେଶ ଜାରି  କରିଛନ୍ତି, ତେବେ ଆମ ପିଲା ମାନଙ୍କ ନିରାପତ୍ତା ଆଉ ସ୍ୱାର୍ଥ ଦୃଷ୍ଟିରୁ ନିଶ୍ଚିତ ଭାବରେ ଆମେ ଆମ କ୍ଲାସ ଟାଇମିଂ ପରିବର୍ତ୍ତନ କରିବୁ | ହେଲେ ଯେହେତୁ ଆମେ ନୋଟିସ ଦେଇ ସାରିଛୁ ଆଉ ଛୁଟି ଦୁଇଦିନ ମଝିରେ ପଡିଯାଇଛି ତେଣୁ ଏତେ ପିଲାଙ୍କୁ ଅବଗତ କରାଇବା ସମ୍ଭବ ନୁହେଁ | ତଥାପି ଆମେ ଆମ କେନ୍ଦ୍ରୀୟ ବିଦ୍ୟାଳୟ ପୋର୍ଟାଲରେ  ସୂଚନା ଦେଇ ଦେବୁ | ପ୍ରଥମ ଦିନ କିଛି ପିଲା ଓ ଅଭିଭାବକ ଅସୁବିଧା ସମ୍ମୁଖୀନ ହୋଇ ପାରନ୍ତି | ତେଣୁ ଏହି  ଅପ୍ରତ୍ୟାଶିତ ପରିସ୍ଥିତିରେ ଅଭିଭାବକ ମାନେ ସହଯୋଗ କରିବା ପାଇଁ ଅନୁରୋଧ କରିବି ବୋଲି କହିଥିଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର |

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଉ ପାଣି ପାଗ ବିଭାଗର ସତର୍କ ସୂଚନା ବିଷୟରେ ଆଧିକାରିକ ଭାବେ ଅବଗତ ହେବ ପରେ ଅଧ୍ୟକ୍ଷଙ୍କ  ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟ ପୋର୍ଟାଲ ରେ ଏ ସମ୍ପର୍କିତ ଘୋଷଣା ପ୍ରକାଶ ପାଇଛି | ଜୁନ ୨୦ ପର୍ଯ୍ୟନ୍ତ  କ୍ଲାସ ଟାଇମିଂ ସକାଳ ସିଫ୍ଟର ୬.୩୦ ରୁ ୮.୩୦ ଓ ଦ୍ଵିତୀୟ ସିଫ୍ଟ ସକାଳ ୮.୪୫ ରୁ ୧୦ .୪୫  ସର୍ବୋପରି ଦ୍ୱାଦଶ ଶ୍ରେଣୀ(ଉଭୟ ସିଫ୍ଟର)  କ୍ଲାସ ଟାଇମିଂ ସକାଳ ୬.୩୦ ରୁ ୧୦.୪୫ ରହିବ |

 

0
0
0
s2sdefault