ହେଡଲାଇନସ୍:

ମଉକା ପାଇଁ ସରକାରଙ୍କ କପଡା ଉତାରିଲେ ନରସିଂହ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

   ପଳାତକ ମୁଦ୍ରାରେ ବିଜେଡି ସାଂସଦ, ବିଧାୟକ, ମୈଦାନ ମାରିନେଲେ ବିରୋଧୀ ଦଳ ନେତା 

16-06-18-narasingha-w.jpg - 84.78 kB

  ବଲାଙ୍ଗୀର/  ନିରୋଜ ମିଶ୍ର  

 

ସରକାରଙ୍କ କାମ .. ସରକାରଙ୍କ ପ୍ରଚାର ହେବ ... ସକାରୀ ଦଳ ନେତା ମାନେ ଉପସ୍ଥିତ ରହି ସରକାରଙ୍କ ଗୁଣ ଗାନ କରିବା କଥା ... ହେଲେ ତାହା ହେଲାନାହିଁ | ସାଂସଦ ଆସିଲେ ନାହିଁ, କି ସରକାରୀ ଦଳ ବିଧାୟକ ମାନେ ଆସିବା ଉଚିତ ମାନେ କଲେଣି ଢ ଯେଉଁ କାର୍ଯ୍ୟକ୍ରମରେ ନା ନେବା କଥା, ସେହି କାର୍ଯ୍ୟ କ୍ରମରେ ବଦନାମୀ ମୁଣ୍ଡାଇଲେ ସରକାର |  ବିଜେଡି ନେତାମାନଙ୍କ ପଳାତକ ଭୂମିକାରେ ଅବତୀର୍ଣ ହେଇଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ  ଏହି କାର୍ଯ୍ୟକ୍ରମ ଟିକୁ ଏକପାଖିଆ ୱାକଓଭର ଦେଇ ଦେଇଥିଲା ବିଜେଡି ଓଁ  ଆଉ ଧୂରୀଣ ନରସିଂହ ବା ମୌକାର ଫାଇଦା ନ ଉଠାଇବେ କାହିଁକି ?  ସରକାରଙ୍କ ପ୍ରଚାର ବା ଚାଷୀଙ୍କ ପାଇଁ ସରକାର ସିରିୟସ ଅଛନ୍ତି ବୋଲି ବାର୍ତ୍ତା ଦେବା ପାଇଁ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ସରକାରଙ୍କ ଏହି କାର୍ଯ୍ୟକ୍ରମ ପ୍ରହସନ ଓ ଆନ୍ତରିକତା ବିହୀନ ବୋଲି କହିବା ସହ ସରକାରଙ୍କୁ ବହେ ସମାଲୋଚନା କରିଥିଲେ | ଅଫିସର ବାପୁଡ଼ା ବା ତାଙ୍କ କଥା ଉପରେ କହି କଣ ଖିଲ ନେବେ !! ସେ କଣ ଆଜେବାଜେ ନେତା, ସେ ପରା ନରସିଂହ?

ବଲାଙ୍ଗୀର ଟାଉନ୍‌ ହଲଠାରେ "ସମବାୟ ଆପଣଙ୍କ ଦ୍ୱାରରେ" କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ରାଜ୍ୟର କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସମବାୟ ବିଭାଗ ଦ୍ୱାରା ଦୁଇମାସ ବ୍ୟାପୀ ସଚେତନତା ଅଭିଯାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ |

 କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ବିରୋଧୀଦଳ ନେତା ଶ୍ରୀ ମିଶ୍ର  କହିଥିଲେ, ସମବାୟ ଆପଣଙ୍କ ଦ୍ୱାରରେ .....ରାଜ୍ୟ ସରକାର ରାଜ୍ୟ ର କୃଷି ଓ କୃଷକ ଙ୍କ ଉନ୍ନତି ପାଇଁ ଦେଉଥିବା ସୁବିଧା ସୁଯୋଗ ଉପରେ ସଚେତନତା ସୃଷ୍ଟି କରିବା....! ବିରୋଧିଦଳ ନେତା ଙ୍କ ଦାୟିତ୍ବ, ଗଠନମୁଳକ  ସମାଲୋଚନା ମାଧ୍ୟମ ରେ ସରକାର ଙ୍କ ଭୁଲନୀତି ରେ ସୁଧାର ଆଣିବା.| ଯେଉଁ ସରକାରୀଦଳ ର ଵିଧାୟକ ,ସାଂସଦ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ତାଙ୍କ ସରକାରର କାର୍ୟକ୍ରମର ପ୍ରଚାର କରିବାକଥା,ଆଜି ସେମାନେ ସହମତି  ଦେଇ ଅନୁପସ୍ଥିତ ରହିବା ଏଠାରେ ଉପସ୍ଥିତ ଚାଷୀ ମାନଙ୍କ ପ୍ରତି କୃର ଉପହାସ | ଆହୁରିମଧ୍ୟ ଚାଷୀ ମାନଙ୍କ ସଚେତନତା ପାଇଁ  ବଣ୍ଟନ ହେଉଥିବା ପ୍ରଚାର ପତ୍ର ରେ ଅସମ୍ପୂର୍ଣ୍ଣ  ତଥ୍ୟ ଚାଷିଙ୍କୁ ଲାଭ ବଦଳ ରେ କ୍ଷତି  ପହଞ୍ଚାଇବ | ଏପରି ଭ୍ରମାତ୍ମକ ତଥ୍ୟ ଦେବାରୁ ସରକାର ଏବଂ ତାଙ୍କ ଵିଭାଗ ବିରତ ରୂହନ୍ତୁ ବୋଲି ସରକାରଙ୍କ ଉଦ୍ଦେଶ୍ୟ ରେ କହି ସରକାରଙ୍କୁ ଏକ ପ୍ରକାର ନିର୍ବସ୍ତ୍ର କରିଥିଲେ ନରସିଂହ |

0
0
0
s2sdefault