ବୌଦ୍ଧ ( ସିମୁନ୍ ନଏକ ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ସଭାଗୃହରେ ଆଜି ଓଡିଶା ଖଇରା ସମାଜ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଲୁଣିବାହାଲ ସରପଂଚ ବିଷ୍ନୁ ଜାନୀ ସଭାପତିତ୍ୱ କରି ସଫଳ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧକ୍ଷ ଅକୃର ସେଠି ଯୋଗ ଦେଇଥିବା ବେଳେ ଲୁଣିବାହାଲ ସମିତି ସଭ୍ୟ ଶୁସାନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବପ୍ରତିଭାଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲା ଖଇରା ସମାଜର ଯୁବ ସଂଗଠକ ତଥା ବଦନ୍ୟ ବ୍ୟକ୍ତି ସତ୍ୟନାରାୟଣ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭୂବନେଶ୍ୱର ସ୍ଥିତ କିସ ଅନୁଷ୍ଠାନରେ ଯୁକ୍ତଦୁଇ କଳାରେ ସର୍ବୋଚ୍ଚ ନମ୍ବର ରଖି ସମାଜ ପାଇଁ ଗୌରବ ଆଣିଥିବା ଲିଟୁ ନାଏକ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବା ସହ ୨ ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିଲା । ସେହିପରି ନୃତ୍ୟ ଓ କ୍ରୀଡା କ୍ଷେତ୍ରରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ନାଗରାଜ ନାଏକଙ୍କୁ ୧ ହାଜର ଚେକ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ କ୍ରିକେଟ ଓ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିରେନ ନାଏକ ଓ ପ୍ରମୋଦ ଗୁରୁଙ୍କୁ ୫ ଶହ ଟଙ୍କାର ଚେକ ସହ ଉପଢୌକନ ଦେଇ ଉତ୍ସାହିତ କରାଯାଇଥିଲା । ପରିଶେଷରେ ଯୁବ ସଂଗଠକ ସତ୍ୟ ନାରାୟଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସନ୍ତୋଷ ନାଏକ, କୃଷ୍ନଚନ୍ଦ୍ର ନାଏକ, ଦୁର୍ଭିକ୍ଷ ନାଏକ, ବଳରାମ ନଏକଙ୍କ ସମେତ ଖଇରା ସମାଜର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।
ରାଜ୍ୟ
ଖଇରା ସମାଜ ପକ୍ଷରୁ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
- Hits: 538