ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଅଖୁଳ ଭାରତୀୟ ଗୌବା ଗୌଣ୍ଡ ମହାସଭା ଓଡିଶା ପ୍ରଦେଶର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମୟ ଉପଯୋଗୀ ଦୃଢ ନିଷ୍ପତି ମାନ ସର୍ବସମ୍ମତି କ୍ରମେ ଗ୍ରହଣ ହୋଇଯାଇଛି । ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ଗୌଣ ସମାଜର ଝରାଫୁଲ ନାୟକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଘଟଣାକୁ ନିନ୍ଦା କରିବା ସହିତ ଆଗାମୀ ସାତ ଦିନ ଭିତରେ ସତ୍ୟ ଉନ୍ମୋଚନ ସହିତ ଦୋଷୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂପୃକ୍ତ ପରିବାରକୁ ଆତ୍ମହତ୍ୟା ଭଳି ଘଟଣାରୁ ମୁକ୍ତ କରାଯାଉ, ନହେଲେ ରାଜ୍ୟ ଗୌଣ ମହାସଭା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ । ଅନ୍ୟ ପକ୍ଷରେ ଶ୍ରୀ ନଏକ କହିଛନ୍ତି ଯେ Right to Children to Free and Compulsory Education Act 2009 ଗତ ୨୦୧୦ ଏପ୍ରିଲ ପହିଲାରୁ ଏହା ଦେଶରେ ଲାଗୁ ହୋଇ ଥିଲେ ମଧ୍ୟ ଦେଶ ଓ ରାଜ୍ୟର ଶିକ୍ଷାନୁଷ୍ଠାନ ଯେଉଁ ଭଳି ଭାବରେ ପରିଚାଳିତ ହେଉଛି ଖଟିଖୁଆ, ଗରିବ, ଶ୍ରମିକ ଆଦି ଶ୍ରେଣୀର ପିଲା ମାନଙ୍କର ପାଠ ପଢାରେ ଦିନକୁ ଦିନ ଅବନ୍ନତି ଘଟୁଛି । ଅଙ୍ଗନୱାଡି ସ୍କୁଲ ବନାମ ଘରୋଇ ସ୍କୁଲ ମଧ୍ୟରେ ଯେଉଁ ପ୍ରକାରେ ତାରତମ୍ୟ ରହିଛି ତାହା ସରକାର ଧାନ ଦେବା ଜରୁରୀ । ନହେଲେ ଗରିବ ପରିବାରର ପିଲା ମାନେ ଶିକ୍ଷାରେ ଆହୁରି ନିମ୍ନଗାମୀ ହେବେ ଓ ଧନୀ ପରିବାରର ପିଲା ମାନେ ଆହୁରି ଉପରକୁ ଉପରକୁ ଯିବେ । ବର୍ତମାନର ବ୍ୟୟବହୁଳ ଶିକ୍ଷା ଗରିବ ପିଲା ମାନଙ୍କ ପରିବାର ପକ୍ଷେ ଗ୍ରହଣ କରିବା ସମ୍ଭବ ନୁହେଁ । ତେଣୁ ଦେଶ ତଥା ରାଜ୍ୟରେ ଏକକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେବା ନିତାନ୍ତ ଜରୁରୀ । ଅଷ୍ଟ୍ରଳ ଭାରତୀୟ ଗୌଣ୍ଡୱାନା ଗୌଣ ମହାସଭା ପିଲା ମାନଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ସମଗ୍ର ରାଜ୍ୟରେ ୨୦o ଗାଁ ପରିବାରରେ ଏକ ଗୁଡି କମିଟୀ ଗଠନ କରି ପ୍ରତି ଗୁଡିରେ ବଡଦେଓ ପାଠାଗାର ଖୋଲିବା ପାଇଁ ନିଷ୍ପତି ନେଇଛି । ଯେଉଁ ଠାରେ ପୁରାପୁରି କମ୍ପୁଟାରାଇଜ ଶିକ୍ଷା ପ୍ରଦାନ କରାଯିବ । ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ରଥମେ ଝାସୁଗୁଡା ଓ ପରେ ପରେ ସଂପୃକ୍ତ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟ କରିବ, ସେଥିପାଇଁ ସମଗ୍ର ଓଡିଶାର ଗୌଶ୍ର ସଂଗଠନ ଗୁଡିକୁ ସାମିଲ କରି ଅଖୁଳ ଭାରତୀୟ ଗୌଶ୍ରୱାନା ଗୌଷ ମହାସଭା ସମାଜର ଆଗାମୀ ପିଢିକୁ ଦେଶର ମୁଖ୍ୟ ବିକାଶ ସ୍ରୋତରେ ସାମିଲ କରିବ । ଏହା ବ୍ୟତିତ ସଂଗଠନକୁ ମଜବୁତ କରିବା ପାଇଁ ବହୁ ମୂଲ୍ୟବାନ ନିଷ୍ପତି ଗୁଡିକ ଗ୍ରହଣ ହୋଇଥିଲା । ଏହି ସଭାରେ ପୁରୋଧା ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ରାଜ୍ୟ ସଂଗଠନ ମହାସଚିବ ପ୍ୟାରୀମୋହନ ନାୟକ, ସାମାଜିକ ମହାସଚିବ ସଦାଶିବ ନାୟକ, ଶିକ୍ଷା ମହାସଚିବ ମୀନକେତନ ମାଝା, କାର୍ଯ୍ୟାଳୟ ମହାସଚିବ ଚୁଡ଼ାମଣୀ ଧରୁଆ, ରଷ୍ଟ୍ରୀୟ ସଭ୍ୟ ଡମ୍ବରୁଧର କାଲେ, ଗଣେଶ ମାଝି, ରାଜ୍ୟ ଉପସଭାନେତ୍ରୀ ଦମୟନ୍ତୀ ମହାପାତ୍ର, ଉପସଭାପତି ବିନୋଦ ବିହାରୀ ମଲ୍ଲିକ, ଅନୁଗୁଳ ଜିଲ୍ଲା ମହିଳା ସଭାନେତ୍ରୀ ସୁଜାତା ନାୟକ, ସମସ୍ତ ଜିଲ୍ଲା ସଭାପତି, ବ୍ଲକ, ଗୁଡି ସଭାପତି ମାନେ ଉପସ୍ଥିତ ଥିଲେ । ସମ୍ବଲପୁର ଜିଲ୍ଲା ସଭାପତି ସନ୍ତୋଷ କୁମାର ଭୋଇ ସ୍ବାଗତ କରିଥିବା ବେଲେ ରାଜ୍ୟ ମହିଳା ସମିତି ସଭାନେତ୍ରୀ ସୁକାରି ବାଳା ନାୟକ ଧନ୍ୟବାଦ ଦେଇଥିଲେ । ରାଜ୍ୟ ସଚିବ ମଧୁସୁଦନ ପ୍ରଧାନ, ସମ୍ବଲପୁର ଜିଲ୍ଲା ମହାସଚିବ ପ୍ରଫୁଲ୍ଲ କୁମୁରା, ଜିଲ୍ଲା ସଭ୍ୟପତି ଝାରସୁଗୁଡାରୁ ଡମ୍ବରୁଧର ନାଏକ, ବଲାଙ୍ଗିରର ଶ୍ୟାମସୁନ୍ଦର ଭୋଇ, ଦେବଗଡର ଦିବାକର ପାତ୍ର, ବରଗଡର ଭାଗିରଥ ସିଂହ, ସୁବର୍ଣ୍ଣପୁରର ବିରାଜ ଭୋଇ ସମେତ ସମସ୍ତ ଜିଲ୍ଲାର ସତାଧୁକ ନେତୃମଣ୍ଡଳୀ ଯୋଗ ଦେଇ ଥିଲେ ।
ରାଜ୍ୟ
ଓଡିଶାର କୋଡିଏଟି ଗୌଣ୍ଡ ବହୁଳ ଜିଲ୍ଲାରେ ବଡଦେଓ ପାଠାଗାର ନିର୍ମାଣ
- Hits: 352