ହେଡଲାଇନସ୍:

ଗ୍ରାହକଙ୍କ ପାଇଁ ଖୁସି ଖବର : ଅର୍ବାନ ବ୍ୟାଙ୍କରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଫେବୃଆରୀ ୧୭ରୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଆର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଫେବୃଆରୀ ୧୭ରୁ ପୁଣିଥରେ ଆରମ୍ଭ ହେବ । ଏଥି ନିମନ୍ତେ କଟକ ଆଡ଼ଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟର ସହକାରୀ ସରକାରୀ ଓକିଲଙ୍କ ପତ୍ର ସଂଖ୍ୟା ୪୬୮୯/୦୧.୦୨.୨୦୨୧ ଏବଂ ଓଡ଼ିଶା ସରକାରଙ୍କ ସମୟବାୟ ବିଭାଗ ମେମୋ ନଂ ୧୪୦୦/୧୫.୦୨.୨୦୨୧ ଆଧାରରେ ଭୂବନେଶ୍ୱରସ୍ଥିତ ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୭୨୧/୧୫.୦୨.୨୦୨୧ ଅନୁସାରେ ବାରିପଦା ଡ଼ିଭିଜନ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

     ସୂଚନା ଯୋଗ୍ୟ ଯେ, ୨୦୧୨ ମସିହାଠାରୁ ବାରିପଦା ଆର୍ବାନ ବ୍ୟାଙ୍କର ୩୬୯୮୪ ଜମାକାରୀମାନେ ସେମାନଙ୍କ ଜମା ରାଶି ନ ଉଠାଇ ପାରି  ହୀନସ୍ତା ହୋଇ ଆସୁଛନ୍ତି | ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ନିମନ୍ତେ ପୂର୍ବତନ ପରିଚାଳନା ପରିଷଦର ପ୍ରଚେଷ୍ଟା କ୍ରମେ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ମିସ୍ କେଶ ନମ୍ବର ଆଇଏ ୬୯୫/୨୦୨୦ର ବିଚାର କରି ନ୍ୟାୟମୂର୍ତ୍ତି ପ୍ରମୋଥ ପଟ୍ଟନାୟକ ଜମାକାରୀମାନଙ୍କୁ ସମସ୍ତ ଜମା ଟଙ୍କା ଫେରସ୍ତ ଦେବା ନିମନ୍ତେ ନିର୍ଦ୍ଦେଶ  ଦେବା ପରେ ଅର୍ବାନ  ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ୩ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ ଦିଆ ଯାଇଥିବା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରସ୍ତ ଉପରେ ସ୍ଥଗିତାଦେଶ ଆଣିବା ପରେ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ରହିଥିଲା । ପୁନଶ୍ଚ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ପକ୍ଷରୁ ଗତ ସେପ୍ଟେମ୍ବର ୧୫ରେ ଉକ୍ତ ମାମଲାର ଶୁଣାଣି କରାଯାଇ ୮ ସପ୍ତାହ ମଧ୍ୟରେ ଜମାକାରୀମାନଙ୍କୁ ଜମା ରାଶି ଫେରସ୍ତ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ  ବ୍ୟାଙ୍କ ଜମାକାରୀମାନଙ୍କୁ ଜମା ଟଙ୍କା ଫେରସ୍ତ ଦେବାର ନାମ ଧରିଲା ନାହିଁ । ଫଳରେ ବିଜେଡି  ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କ ପରାମର୍ଶ କ୍ରମେ ବ୍ୟାଙ୍କର ପୂର୍ବତନ ସଭାପତି ଗିରିଧାରୀ ପୃଷ୍ଟିଙ୍କ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଜମାକାରୀ ପଙ୍କଜ କୁମାର ଶାହା ଓ ଅନ୍ୟ କେତେଜଣ ଉଚ୍ଚ ନ୍ୟାୟାଳୟରେ କେଶ ନମ୍ବର ୫୫୭୬/୨୦୨୦ରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ । 

 

0
0
0
s2sdefault