ହେଡଲାଇନସ୍:

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ- ଶିକ୍ଷକ / ଶିକ୍ଷୟିତ୍ରୀ ସଭା ଅନୁଷ୍ଠିତ ହୋଇଯାଇଛି । ଜୟକୃଷ୍ଣ ମହାରଣାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ , ପ୍ରଧାନ ଶିକ୍ଷକ ଶ୍ରୀ ଡ଼.ବୃଷକେତୁ ଦାଶ , ସି.ଆର.ସି.ସି ଟି.କ୍ରିଷ୍ଣ। ରାଓ , ମନିଟେରଂଗ ଟିମ୍ ସଦସ୍ୟ ଡ଼.ନବ କୁମାର ପଟ୍ଟନାୟକ , ବରିଷ୍ଠ ଶିକ୍ଷକ ହରିହର ଦାଶ ଯୋଗ ଦେଇଥିଲେ ।

 ଜଗନ୍ନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାରେ ଦଶମ ଶ୍ରେଣୀ ଛାତ୍ରଙ୍କ ୧୦୦ ଦିନିଆ ଶିକ୍ଷାଦାନ ପାଠ୍ୟକ୍ରମ , ପରୀକ୍ଷା ଦର୍ପଣ , ମୋ ସ୍କୁଲ ଅଭିଯାନ, କୋଭିଡ଼-୧୯ ଓ ସ୍ୱାସ୍ଥ୍ୟ ରକ୍ଷା ତଥା ସଚେତନତା ସଂପର୍କରେ ଆଲୋଚନା ହୋଇଥିଲା । 

ଶତାଧିକ ଅଭିଭାବକ , ଅଭିଭାବିକ ଉକ୍ତ ସଭାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଗାମୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ପରୀକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଗ୍ରୁପ ଗଠନ ଓ ଛାତ୍ରଙ୍କ ପାଠ ପଢା ସଂପର୍କରେ ବୁଝିବା ପାଇଁ ଛାତ୍ରଙ୍କ ଗୃହ ଭ୍ରମଣରେ ଯିବା ବ୍ୟବସ୍ଥା କରାଯାଇଥିବା ପ୍ରଧାନ ଶିକ୍ଷକ ଡ଼. ଦାଶ ପ୍ରକାଶ କରିଥିଲେ । 

ଚାପମୁକ୍ତ ହୋଇ ପରିକ୍ଷାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହ ବିଦ୍ୟାଳୟର ଉନ୍ନତିରେ ଅଭିଭାବକ ଗଣ ସାମିଲ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଆହ୍ୱାନ ଦେଇଥିଲେ ।

0
0
0
s2sdefault