ହେଡଲାଇନସ୍:

ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଆସର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ଡ.ଧନଦା କାନ୍ତ ମିଶ୍ରଙ୍କ ପ୍ରେରଣାରେ ଓ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ବାରା ଆୟୋଜିତ ଏକ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଭାରତର ପ୍ରସିଦ୍ଧ ଯୁବ ଧୃପଦ ଗାୟକ ମୁକୁନ୍ଦ ଦେବ ଓ ବିଶିଷ୍ଟ ପଖୋଜ ବାଦକ ନିଶାନ୍ତ ସିଂହ ଯୋଗ ଦେଇ ମନୁଷ୍ୟ ଉପରେ ଶାସ୍ତ୍ରୀୟ ସଙ୍ଗୀତରେ ସକରାତ୍ମକ ପ୍ରଭାବ କିପରି ଭାବେ ପଡିଥାଏ ଓ ଏହାର ଆବଶ୍ୟକତା ଉପରେ ବୁଝାଇଥିଲେ। 

ପରେ ଦେଢ଼ ଘଣ୍ଟା ସମୟ ଧରି ଶାସ୍ତ୍ରୀୟ ଶୈଳୀରେ ଧୃପଦ ଗାୟନ କରିଥିଲେ। ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବୀ ମଠ ମହନ୍ତ ମହାରାଜା ରାମାନନ୍ଦ ଦାଶ , ନିଳମାଧବ ଚରତି , ସରୋଜ ପଣ୍ଡା , ବିଚିତ୍ରାନନ୍ଦ ବେବର୍ତ୍ତା , ଗଣେଶ ରାଜୁ , ଭଜଗୋବିନ୍ଦ ପାତ୍ର , ତନୁଜା ଶତପଥି , ବିନୋଦ ଚନ୍ଦ୍ର ଜେନା , ହରିହର ପଟ୍ଟନାୟକ ,କୈଳାସ ପଟ୍ଟନାୟକ , ନରସିଂହ ପଟ୍ଟନାୟକ , ମୂରଲୀଧର ପରିଛା ,  ନୃସିଂହ ପ୍ରସାଦ ଚରତି , ଆଶୁତୋଷ ମିଶ୍ର , କୁନାବାବୁ ହଳଧର , ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ପାରଳାର ବୃଦ୍ଧିଜୀବୀ ଉପସ୍ଥିତ ଥିଲେ।

0
0
0
s2sdefault