ହେଡଲାଇନସ୍:

ତୈଳଦର କ୍ରମାଗତ ବୃଦ୍ଧି ବିରୋଧରେ କଂଗ୍ରେସର ବନ୍ଦ ଡାକରାକୁ ସ୍ୱତଃସ୍ଫୁର୍ତ୍ତ ସମର୍ଥନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଡି ଚଳାଚଳ ଠପ, ଦୋକାନ ବଜାର ବନ୍ଦ

ବରଗଡ :- ଦେଶସାରା ଲୋକଙ୍କ ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରୁଛି କ୍ରମାଗତ  ବେଲଗାମ ଭାବରେ ବୃଦ୍ଧି ପାଉଥିବା ତୈଳଦର । କେବଳ ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ରନ୍ଧନ ଗେସର ଦର ମଧ୍ୟ ସାଧାରଣ ଜନତା ଙ୍କର ପାଟିକୁ ଅସୁଆଦିଆ କରି ସାରିଲାଣି । ଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ବର୍ତ୍ତମାନ ଆକାଶ ଛୁଆଁ । ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ତୈଳଦର ସାଧାରଣ ଜନତାଙ୍କୁ ଅଣ ନିଶ୍ୱାସୀ କରିବାରେ ଲାଗିଛି । ରୋଷେଇ ଗେସର ଦରବୃଦ୍ଧି ମୁଖ୍ୟତଃ ମହିଳା ମାନଙ୍କର ପାଇଁ ପୀଡାର କାରଣ ପାଲଟିଛି । ସବୁ ଜାଣି ମଧ୍ୟ ସରକାର ଚୁପ । ଏହି  ଦରଦାମ ବୃଦ୍ଧି କୁ ବିରୋଧ କରି ଆଜି  ଭାରତୀୟ ଜାତୀୟ କଂଗ୍ରେସ ଦେଶରେ ବନ୍ଦ ଡାକରା ଦେଇଛି । ଏହି ବନ୍ଦର ପ୍ରଭାବ ବରଗଡ଼ ଜିଲ୍ଲାର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଛି । ପଦ୍ମପୁର ଉପଖଣ୍ଡର ପଦ୍ମପୁର ଠାରେ ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ ଙ୍କର ନେତୃତ୍ୱରେ ଶ୍ରୀ ଗୋନ୍ତିଆ ସାହୁ ,  ସନ୍ତୋଷ ଶତପଥି, ସୁନିଲ ଅଗ୍ରୱାଲ, ଚମ୍ପକ ପୁରୋହିତ ଅଂଶ ଗ୍ରହଣ କରିଥିବା ବେଳେ , ପାଇକମାଲ ଠାରେ ବ୍ଲକ ସଭାପତି ଶ୍ରୀ ବିନୋଦ ବିଶ୍ୱାଳ ଓ ବିନୋଦ କାଳିଆ ଙ୍କର ନେତୃତ୍ୱରେ ତଥା ଝାରବନ୍ଧ ଠାରେ ମୁଜାଫର ହୁସେନ ଙ୍କର ନେତୃତ୍ୱରେ କଂଗ୍ରସ କର୍ମୀ ମାନେ ରାସ୍ତ ଉପରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ଭାବରେ ପୋଲିସ ମୁତୟନ କରାଯାଇଛି ।

 

0
0
0
s2sdefault