ହେଡଲାଇନସ୍:

କଂଗ୍ରେସ ପକ୍ଷରୁ ଓଡ଼ିଶା ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମ୍ବଲପୁରରୁ ରମାକାନ୍ତ ବିଶ୍ୱ।ଳ : ତୈଳ ଦର ବୄଦ୍ଦି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁର ରେ ବନ୍ଦ ର ପ୍ରଭାବ ପରିଲକ୍ଷିତ ହୋଇଥିଲା ।

କଂଗ୍ରେସ ଅଭିଯୋଗ କରିଛି ଯେ  କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। କଂଗ୍ରେସ ଵନ୍ଦ ପାଲନ ପରିପେକ୍ଷିରେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପଦର୍ଶନ କରି ବନ୍ଦ ପାଲନ କରିଥିଲେ । ଏଥିସହ ସହରର ଲକ୍ଷ୍ମୀଟକିଜ, ଧନୁପାଲି ଛକ,କଚେରୀ ଛକ ଓ ଅଇଁଠାପାଲି ଛକ ଜାତୀୟ ରାଜପଥରେ ପ୍ରତିବାଦ କରି ବିକ୍ଷୋଭ ପଦର୍ଶନ କରିଥିଲେ କଂଗ୍ରେସ ସଭ୍ୟମାନେ । ଏଥିସହ ବନ୍ଦ ପାଲନ ଯୋଗୁଁ ସମ୍ବଲପୁର ସହରର ସମସ୍ତ ଦୋକାନ ବଜାର ର ବ୍ୟବସାୟିକ ପ୍ରତିଷ୍ଠାନ , ଅଫିସ ଗୁଡିକ ବନ୍ଦ ରହିଥିଲା । ତେବେ କଂଗ୍ରେସ  ବନ୍ଦର ପ୍ରଭାବ ଜିଲ୍ଲା ର ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଲିଥିଲା ।

ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ଳକ  ରେଙ୍ଗାଲି ବ୍ଳକରେ ମଧ୍ୟ ଦେଖିବାକୁ ମିଲିଥିବା ବନ୍ଦ ର ପ୍ରଭାବ । କଂଗ୍ରେସ ର ବନ୍ଦ ପ୍ରଭାବ ରେ ରେଙ୍ଗାଲି ସହରର ସବୁ ଦୋକାନ ବଜାର ,ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । କଂଗ୍ରେସ ସଭ୍ୟ ମାନେ ବନ୍ଦ ପାଲନ ବେଳେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଲନ କରିଥିଲେ । ଅପରପକ୍ଷରେ  ଦାବି ସରକାର ଯଦି ବଦ୍ଦିତ ତୈଳଦର କୁ ହ୍ରାସ ନକରନ୍ତି ତେବେ ଲୋକଙ୍କ ସ୍ୱ।ର୍ଥ ପାଇଁ କଂଗ୍ରେସ ଦଳ ଆଗକୁ ଲଡେଇ ଯୋରଦାର କରିବ ବୋଳି ଚେତାବନୀ ଦେଇଛନ୍ତି ।

0
0
0
s2sdefault