ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ସାକେରୀ, ରବିଗାଡ଼ିଆ, ଶରଧାପୁର, ଭାଡ଼ିକିଳା ଓ ମଗରବନ୍ଧ ପଂଚାୟତ ଅନ୍ତର୍ଗତ ବନସୁରକ୍ଷା ସମିତିର କର୍ମକର୍ତା ଏବଂ ପରିବେଶ ପ୍ରେମୀମାନଙ୍କ ମିଳିତ ଉଦ୍ୟମରେ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବା ପାଇଁ ଆଜି ଏକ ସଚେତନତା ସାଇକେଲ ଶୋଭାଯାତ୍ରା କରିଥିଲେ । ଆଗକୁ ଖରାଦିନ ଆସୁଥିବା ବେଳେ ସଚେତନତା ଅଭାବରୁ ଜଙ୍ଗଲରେ ଅନେକ ସମୟରେ ନିଆଁ ଲାଗିବା ଫଳରେ ମୁଲ୍ୟବାନ ବୃକ୍ଷଲତା ପୋଡିଯିବା ସହିତ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡିଥାନ୍ତି । ନିଆଁ ଲାଗିବା କାରଣରୁ ଧୁଆଁର ପରିମାଣ ବୃଦ୍ଧି ପାଇବା ଫଳରେ ବାୟୁମଣ୍ଡଲରେ ଅଙ୍ଗାରକାମ୍ଲ ଗ୍ୟାସ ବୃଦ୍ଧି ପାଇଥାଏ । ଜନସାଧାରଣଙ୍କୁ ସଚେତନ କରାଗଲେ ନିଆଁ କବଳରୁ କେତେକାଂଶରେ ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାଇପାରିବ । ଏଥିପାଇଁ ବନସୁରକ୍ଷା କର୍ମକର୍ତା ମାନେ ଫ୍ଲାଗକାର୍ଡ ଧରି ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ଶ୍ଲାଗାନ ପ୍ରଦାନ କରି ୫ ଗୋଟି ପଂଚାୟତର ୨୨ଖଣ୍ଡ ଗ୍ରାମ ପରିକ୍ରମା କରିଥିଲେ । କର୍ମକର୍ତା ମାନଙ୍କୁ ଉତ୍ସାହିତ କରିବା ପାଇଁ ବନାଂଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ବନପାଳ ମାନସିଂ ଯୋଗଦେଇଥିବା ବେଳେ ଶାକେରୀ ବିଟର ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରାଜ୍ୟ
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ରାଲି
- Hits: 283