ହେଡଲାଇନସ୍:

୨୭ ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ :ଆରଏଏ ଓଡ଼ଗାଁ(କ) ଏବଂ ବାଉଁଶଗାଡ଼ିଆ ସେମି-ଫାଇନାଲରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ ଓଡ଼ଗାଁ ଆନୁକୁଲ୍ୟରେ ଅନୁଷ୍ଠିତ ୨୭ ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନ ୨ଟି ମ୍ୟାଚରେ ଆରଏଏ ଓଡ଼ଗାଁ(କ) ଏବଂ ବାଉଁଶଗାଡ଼ିଆ ବିଜୟ ହାସଲ କରି ସେମି-ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ପ୍ରଥମ ମ୍ୟାଚରେ ରୋହିବାଙ୍କ ଓ ବାଉଁଶଗାଡ଼ିଆ ମଧ୍ୟରେ ଖେଳା ଯାଇଥିବା ବେଳେ ରୋହିବାଙ୍କ ଟସ ଜିତି ପ୍ରଥମ ବ୍ୟାଟିଙ୍ଗ କରିଥିଲା । ନିର୍ଦ୍ଧାରିତ ୧୨ ଓଭରରେ ୯ ଉଇକେଟ ହରାଇ ୮୫ ରନ ସଂଗ୬ହ କରିଥିଲେ । ପ୬ତିବଦଳରେ ବାଉଁଶଗା ଡ଼ିଆ ୧୦.୫ ଓଭରରେ ୬ ଉଇକେଟ ବିନିମୟରେ ୮୬ରନ ସଂଗ୍ରହ କରି ବିଜୟ ହାସଲ କରିଥିଲେ । ଜିତେନ୍ଦ୍ର ସାହୁଙ୍କୁ ମ୍ୟାନ ଅଫ  ଦି ମ୍ୟାଚ ଘୋଷିତ କରାଯାଇଥିଲା । ଦିତୀୟ ମ୍ୟାଚରେ ଗୋଡ଼ିପଲ୍ଲୀ ତସ ଜିତି ଫିଲଡିଙ୍ଗ ନିଷ୍ପତି ନେଇଥିଲେ । ଆରଏଏ ଓଡ଼ଗାଁ(କ) ନିର୍ଦ୍ଧାରିତ  ୧୨ ଓଭରରେ ୮ ଉଇକେଟ ବଦଳରେ ୧୦୨ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଗୋଡ଼ିପଲ୍ଲୀ ସମସ୍ତ ଉଇକେଟ ହରାଇବା ସହିତ ମାତ୍ର ୮୦ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଜ୍ୟୋତିପ୍ରକାଶ ମାଝି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ପ୍ରମୋଦ ପ୍ରଧାନ, ସାଜନ ନାୟକ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ବିଜୟ ବେହେରା, ଶୁଭମଂ ପଟନାୟକ,ଗୋପାଲ ମହାପାତ୍ର ପରିଚାଳନା କରିଥିଲେ । ପ୍ରଥମ ସେମିଫାଇନାଲ ଆରଏଏ ଓଡ଼ଗାଁ(ଖ) ସହିତ ରଙ୍ଗଣିପାଟଣା ଓ ଦିତୀୟ ମ୍ୟାଚ  ଆରଏଏ ଓଡ଼ଗାଁ(କ) ସହିତ ବାଉଁଶଗା ଡ଼ିଆ ମଧ୍ୟରେ ଅନୁଷ୍ଠିତ  ହେବ ବୋଲି ସମ୍ପାଦକ ଦିବାକର ନାୟକ କହିଥିଲେ ।

0
0
0
s2sdefault