ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) - ଅଖିଳ ଭାରତୀୟ ଆଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ଏକ ସାଧାରଣ ବୈଠକ ଡକ୍ଟର ବିହାରିଲାଲ ପଟେଲ ଙ୍କ ସଭାପତିତ୍ବରେ ଟାଙ୍ଗରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ କମିଟିର ଉପଦେଷ୍ଟା ଗଙ୍ଗାଧର ନାୟକ,ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ , ଉପସଭାପତି ନରେଶ ପଟେଲ ଓ ସହ ସମ୍ପାଦକ ସୁବୋଧ ପଟେଲ ଅତିଥି ଭାବରେ ଯୋଗ ଦେଇଥିଲେ l ଏଥିରେ ଲଇଡା ଠାରେ ଅଘରିଆ ସଂଗଠନ ର ହୀରକ ଜୟନ୍ତୀ ପାଳନ, ଓ.ବି. ସି. ସଂରକ୍ଷଣ ଦାବୀ କରି ସ୍ୱାକ୍ଷର ସଂଗ୍ରହ ଅଭିଯାନ ଓ ବିଭିନ୍ନ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହୋଇଥିଲା l ବଲାଙ୍ଗୀର ଠାରେ ପ୍ରତିନିଧି ସଭା ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ କରାଯିବାକୁ ସ୍ଥିର କରାଯାଇଥିଲା l ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ସଭାପତି ବନମାଳୀ ନାୟକ, ଉପସଭାତି ଅଶୋକ ପଟେଲ,ସମ୍ପାଦକ ସୁଦୀପ୍ତ ପଟେଲ, ସତ୍ୟନାରାୟଣ ପଟେଲ,ତାପସ କୁମାର ନାୟକ, ଟେକଚାନ୍ଦ ପଟେଲ , ସୁବୋଦିନି ପଟେଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଗୋବିନ୍ଦପୁର କୁ ଏକ ନୂତନ ମଣ୍ଡଳ ଗଠନ କରି ଏହାର ଆବାହକ ଭାବରେ ଗଗନ ଚୌଧୁରୀ ଓ ଭିକାରୀ ପଟେଲ ଙ୍କୁ ମନୋନୀତ କରାଯାଇଥିଲା l ଲଇଡା ଅଞ୍ଚଳରୁ ଆସିଥିବା କବିର ଚରଣ ନାୟକ ଓ ବିନୟ ଚୌଧୁରୀ ହୀରକ ଜୟନ୍ତୀ କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ l ଶେଷରେ ଅଶ୍ୱିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ସାଧାରଣ ବୈଠକ।
- Hits: 294