ହେଡଲାଇନସ୍:

"ଲୁଲୁ ମହାପାତ୍ର ମରିନାହାନ୍ତି, ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର -   ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ ୟୁନିଟ୍  ୯ ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ସ୍ମୃତି କମିଟି ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟନାୟକ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉଦ୍‌ଘାଟନ କରିଥିଲେ ।ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ "ଲୁଲୁ ମହାପାତ୍ର ମରିନାହାନ୍ତି ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି । ତାଙ୍କ ଛାତ୍ର ଜୀବନ କାଳରେ ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁୁୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ ନେତୃତ୍ୱ ଏବେବି ମନେପଡ଼ୁଛି" ।

 ମୁଖ୍ୟବକ୍ତା ଭାବେ ପୂର୍ବତନ ପିସିସି ସଭାପତି ଶରତ ପନାୟକ ଯୋଗଦେଇ ଲୁଲୁ ମହାପାତ୍ର ଦେଖିଥିବା ସ୍ୱପ୍ନକୁ କଂଗ୍ରେସ ସାକାର କରିବ । ରାଜ୍ୟରେ ଲୁଲୁ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବନେତା ମାନଙ୍କ ଦ୍ୱାରା କଂଗ୍ରେସ ସରକାର ଗଢ଼ିବ ବୋଲି  ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । 

ସମ୍ମାନୀତ ଅତିଥି ଭାବେ ପୂର୍ବତନ ପିସିସି ସଭାପତି  ପ୍ରସାଦ ହରିଚନ୍ଦନ ଯୋଗ ଦେଇ କହିଲେ "ଲୁଲୁ ମହାପାତ୍ର ଝଡ଼ର ଇଗଲ ଥିଲେ | କେବଳ ଓଡ଼ିଶାର ନେତା ନଥିଲେ, ସେ ସାରାଭାରତ ବର୍ଷର ଜନମାନସର ନେତା ଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓଡ଼ିଶା ପ୍ରତି ଲୁଲୁଙ୍କ ଅବଦାନ ବିଷୟରେ ରାଜ୍ୟସଭାରେ ବର୍ଣନା କରିଥିବା କଥା ପ୍ରମାଣିତ କରୁଛି" । ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ୧୯୯୫ ମସିହାରେ କଂଗ୍ରେସ ସରକାରକୁ ଆସିବାରେ ଲୁଲୁଙ୍କ ଅବଦାନ ଅତୁଳନୀୟ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦେଶସେବାରେ ନିୟୋଜିତ  କରିଥିବା ୬ଜଣ ଯୁବକ ଯୁବତୀମାନଙ୍କୁ ଲୁଲୁ ମହାପାତ୍ର ଯୁବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସମାଜ ସେବା କ୍ଷେତ୍ରରେ ଆଚାର୍ଯ୍ୟ ଅରୁଣ, ମହାମାରୀ କରୋନା ସମୟରେ ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ସେବାପାଇଁ ସେବିକା ମଇନା ବାସ୍କେ, ଯୁବ ସାମ୍ବାଦିକ ବିରେନ୍ଦ୍ର ନାୟକ, ଟ୍ରାଫିକ ସେବାରେ ଅଜୟ କୁମାର ପ୍ରଧାନ, ଯୁବ ଚାଷୀଭାବେ ଅଶୋକ କୁମାର ସାମଲ, ଓଡ଼ିଶୀ ନୃତ୍ୟ ଶିଳ୍ପି ଶ୍ରୀମତୀ ରାଜଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଚିନ୍ମୟ ପ୍ରସାଦ ବେହୁରା ସ୍ୱାଗତ ଭାଷଣ ଦେଇଥିବା ବେଳେ ମନୋଜ ସାହୁ ଅତିଥି ପରିଚୟ ପ୍ରଦାନ ଓ ସାଧାରଣ ସଂପାଦକ ଦୀପକ ସାହୁ ଧନ୍ୟବାଦ ଦେଇଥିବା ବେଳେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବାଶିଷ ପନାୟକ, ଶିବାନନ୍ଦ ରାୟ, ଅମୀୟ ପନାୟକ, ବିଶ୍ୱଭୂଷଣ ଦାଶ ପ୍ରମୁଖ ଯୋଗଦେଇ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଜେବୁର ରେହମନ ଖାନ୍‌, ମନୋଜ ବିଶ୍ୱାଳ, ପ୍ରତାପ ଜେନା, ଯୋଗୀନାଥ ବାହୁବଳେନ୍ଦ୍ର, ହେମନ୍ତ ବିଶ୍ୱାଳ, ଘନଶ୍ୟାମ ମହାନ୍ତି, ବିଶ୍ୱଜିତ୍ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ନିରଞ୍ଜନ ଦାଶ, ଦେବପ୍ରସାଦ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବତ୍ର ମହାପାତ୍ର, ହଳଧର ସେଠୀ, କନକଲତା ମଲ୍ଲିକ, ସ୍ୱାଧୀନବାଳା ଦାସ, ହେମନ୍ତ ବିଶ୍ୱାଳ, ରଜତ ଚୌଧୁରୀ, କିର୍ତନାନନ୍ଦ ଦାସ, ପ୍ରଦୀପ୍ତ କୁମାର ଦାସ, ସୁଦିପ ସାମଲ, ଚିନ୍ମୟ ପ୍ରଧାନ, ଦେବପ୍ରସାଦ ନାୟକ, ସଂଜୟ ରାୟ, ସୁରେଶ ସାହାଣୀ, ଦେବଦତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault