ହେଡଲାଇନସ୍:

ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ମଶାଲ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ଆସନ୍ତା ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି ରାଜ୍ୟର ବୃହତର ସ୍ୱାଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବରେ ପାଳନ କରିବାକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଯାତ୍ରା ଆୟୋଜନ କରିଥିଲେ । ଏହି ମଶାଲ ଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ ଓ ରାଜମହଲ ଛକ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ସମେତ ଜୟକୃଷ୍ଣ ସୁୁବୁଦ୍ଧି, ସୁବ୍ରତ ମହାପାତ୍ର, ଆଶିଷ ମଲ୍ଲିକ,  ରଜନୀ ମହାନ୍ତି, ମୋହନ ଜେନା, ଅଶୋକ ଦାସ, ଦେବରାଜ ମିଶ୍ର, ମନୋରଞ୍ଜନ ଜେନା, ପ୍ରମେଶ ସାହୁ,  ମିତ୍ରଭାନୁ ମହାପାତ୍ର, ମିହୀର ଆଚାର୍ଯ୍ୟ,  ମଂଟୁ ମଲ୍ଲିକ, ସେକ୍‌ଅବତାବ ଅଲ୍ଲୀ, ଅନୁୱର ଖାନ, ମାନସ ସେଠୀ, ଦେବି ପ୍ରସାଦ ସ୍ୱାଇଁ, କୈଳାସ ସାହୁ, ଆତ୍ମାରାମ ପତି ଓ  ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । 

ଏହି ବନ୍ଦ ସମୟରେ ହସ୍‌ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ନ ଅଟେକାଇବାକୁ  ଏହି ବନ୍ଦରୁ ବାଦ ଦିଆଯାଇଛି ।

0
0
0
s2sdefault