ଝାରବନ୍ଧ ( ମନୋହର ଦାଶ) :ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡଭା ତରଫରୁ ଔଷଧୀୟ ମସାରି ବଣ୍ଟନ ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଓ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ମିଳିତ ଭାବରେ ଉଦଘାଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମେଲେରିଆ ପ୍ରବଣ ଅଂଚଳ ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କ ସୁରକ୍ଷା ନିମନ୍ତେ ଔଷଧୀୟ ମସାରି ବଣ୍ଟନ କରି ଆସୁଛନ୍ତି । ଏହି ଅବସରରେ ଯେଉଁମାନଙ୍କୁ ମସାରି ପ୍ରଦାନ କରାଯିବ ସେମାନେ କଭଳି ଭାବରେ ମସାରିର ଯତ୍ନ ନେବାସହିତ କିଭଳି ବ୍ୟବହାର କରିବେ ଓ କାହିଁକି ବ୍ୟବହାର କରିବେ ଏହି ବାବଦରେ ହିତାଧିକାରୀ ମାନଙ୍କୁ ବୁଝେଇବା ପାଇଁ ବିଡ଼ିଓ ଶ୍ରୀ ଲାକ୍ରା ଉପସ୍ଥିତ ଆଶା ଦିଦି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କହିଥିଲେ । ଆଜିର କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗର ଅନେକ ଅଧିକାରୀ ଙ୍କର ସହିତ ବହୁ ସଂଖ୍ୟାରେ ସ୍ଵସ୍ଥକର୍ମୀ ଓ ଅସକର୍ମୀ ମାନେ ଯୋଗଦାନ କରିଥିଲେ ।
ରାଜ୍ୟ
ଝାରବନ୍ଧ ବ୍ଲକରେ ମସାରି ବଣ୍ଟନ
- Hits: 287