ହେଡଲାଇନସ୍:

ସମସ୍ୟାର ସମାଧାନ କରି ଗ୍ରାମବାସୀଙ୍କ ପ୍ରିୟପାତ୍ର ହେଲେ ଯଶୋବନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ସମସ୍ୟା ସବୁ ଗାଁ ରେ ଅଛି ରହିଥିବ ମଧ୍ୟ l ହେଲେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ବହୁତ କମ ଲୋକ ବାହାରିଥାନ୍ତି l ବର୍ତମାନ ଯୁବକ ମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହି ଲୋକଙ୍କ ସେବା କରିବା ଭୁଲି ଯାଉଛନ୍ତି l ହେଲେ କିଛି ଯୁବକ ବର୍ତମାନ ସମୟରେ ଲୋକଙ୍କ ସେବାକୁ ବ୍ରତ ବୋଲି ଭାବି ଆଗେଇ ଚାଲିଛନ୍ତି l ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣି ଏହାର ସମାଧାନ କରିଥାନ୍ତି l ଏମିତି ଏକ ସମସ୍ୟା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ  ତିଳଯୋଡି ଗାଁର ରାସ୍ତାପୋଲ ଭାଙ୍ଗି ଯାଇଥିବା ସମସ୍ୟା ଥିଲା l ଏହି ସମସ୍ୟାକୁ ତିଳଯୋଡି ଗାଁ ର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଫେସ୍ ବୁକ ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ l ଏହାକୁ ସମସ୍ତେ ବହୁ ପରିମାଣରେ ସହଯୋଗ କରିଥିଲେ l ପରେ ଏହି ସମସ୍ୟାକୁ ଟ୍ୱିଟର   ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ, ମୋ ସରକାର, ନବୀନ ଓଡିଶାଙ୍କୁ ଜଣାଇଥିଲେ l ଏହାକୁ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ବ୍ଲକ ଅଫିସକୁ ନିର୍ଦେଶ ଆସିଥିଲା  l ଏହାର ଅନୁଧ୍ୟାନ କରି ବ୍ଲକ ଅଫିସରୁ ସେଠାରେ ନୂତନ ପୋଲ ନିର୍ମାଣ କରିବା ପାଇଁ ସରପଞ୍ଚକୁ ନିର୍ଦେଶ ଦେଇଥିଲେ l ପରେ ଗତ ୫ ତାରିଖରୁ କାମ ଆରମ୍ଭ ହୋଇ ଗତକାଲି ସରିଲା l ଗାଁ ରେ ନୂତନ ପୋଲ ହୋଇଥିବାରୁ ଗ୍ରାମବାସୀ  ଯୁବ ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଗାଁ ର ଯୁବକ ମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି l

0
0
0
s2sdefault